ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ।
ପୁରୀ ୩୦/୧୨ ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ। ମହାପ୍ରଭୁଙ୍କ ସେବା ରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତି ର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆ ଙ୍କ ତ୍ୟାଗ ଓ ବୀରତ୍ବର କଥା ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଚାଖି ଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ ର ସଭାପତି ମାୟାଧର ମହାରଣା ଚାଖି ଙ୍କ ଜୀବନୀ ଓ କାର୍ଯ୍ୟ ଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା।ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ
