ଶାମ୍ବ ଦଶମୀ ରେ ଘରେ ଘରେ ସୂର୍ଯ୍ୟ ନାରାୟଣ ପୂଜା ଅନୁଷ୍ଠିତ।
ଚାରିଛକ,( ଏ.ପି ନ୍ୟିୁଜ) ସନ୍ତୋଷ ଦାଶ) ଆଜି ଥିଲା ପୌଷ ମାସ ଶୁକ୍ଳ ଦଶମୀ ତିଥି ଅର୍ଥାତ ଶାମ୍ବ ଦଶମୀ। ଏହା ଓଡ଼ିଆ ଘର ର ଏକ ଅନନ୍ୟ ଓ ମୂଖ୍ୟ ପର୍ବ ଭାବେ ପାଳିତ ହୋଇଥିଲା। ଚାରିଛକ ଅଞ୍ଚଳ ର ଘରେ ଘରେ ଭକ୍ତି ଓ ନିଷ୍ଠାର ସହିତ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରା ଯାଇଥିଲା।
ଘରେ ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ ହେବା ପରେ ପ୍ରତ୍ୟୁଷ ରେ ଘର ଛାତ ଅବା ଅଗଣା ରେ ଏକ ପିଢ଼ା ଉପରେ ଏକ ଗୁଆ କୁ ସୂର୍ଯ୍ୟଦେବଙ୍କ ପ୍ରତୀକ ଭାବେ ସ୍ଥାପନା କରାଯାଇ ସେଠାରେ ପିଠା ସହିତ ଉଖୁଡା,ସାକର ପ୍ରଭୃତି ଭୋଗ ଲାଗି ଓ ବନ୍ଦାପନା କରା ଯାଇଥିଲା।
ମଧ୍ୟାର୍ଣ୍ଣ ରେ ଅନ୍ନପ୍ରସାଦ, ଡାଲମା, ଶାଗ, ଭଜା, ଖଟା,ଖିରି ପ୍ରଭୃତି ଓ ସଂଧ୍ୟାରେ ପୁନଃ ପିଠା, ଫଳ ମୂଳ ଭୋଗ ଲାଗି କରା ଯାଇଥିଲା। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ପର୍ବ ଏକ ଗଣ ପର୍ବ ଭାବେ ପାଳିତ ହୋଇଆସୁଛି। ଶାମ୍ବ ଦଶମୀ ପାଇଁ ଗାଁ ଗାଁ ଘରେ ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ପୌଷ ଶୁକ୍ଲ ଦଶମୀ ତିଥିରେ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରି ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇ ଥିବାରୁ ଏହି ଦିନ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କଲେ ପରିବାର କୁ ସୂର୍ଯ୍ୟନାରାୟଣଙ୍କ ଶୁଭାଶିଷ ଫଳ ମିଳିଥାଏ। ସମସ୍ତ ଙ୍କୁ ଅସାଧ୍ଯ ରୋଗରୁ ଉପଶମ ମିଳିଥାଏ ବୋଲି ପୂର୍ବପୁରୁଷରୁ ବିଶ୍ୱାସ ରହି ଆସିଛି।
