ବଣଭୋଜି ବେଳେ ଯୁବକ ଙ୍କୁ ମଦ ବୋତଲ ରେ ଆକ୍ରମଣ।
ଚାରିଛକ(ଏ.ପି.ନ୍ୟୁିଜ),(ସନ୍ତୋଷ ଦାଶ) ଆଜି ଥିଲା ଇଂରାଜୀ ନବବର୍ଷ। ନିକଟସ୍ଥ ସଦା ବାଜି ତୋଟା ଓ ନୟାହାଟ ନିକଟସ୍ଥ ରାମେଶ୍ବର ଜଙ୍ଗଲ ଠାରେ ବହୁ ଯୁବକ ଓ ପରିବାର ପକ୍ଷରୁ ବଣଭୋଜି କରା ଯାଇଥିଲା। ନୟା ହାଟ ର ରାମେଶ୍ବର ଜଙ୍ଗଲ ଠାରେ ଏକ ଅଭାବନୀୟ ଘଟଣା ଘଟିଛି।ସେଠାରେ ନୟାହାଟ ନିକଟସ୍ଥ ମୁରୁଡ଼ା ଗ୍ରାମ ର କିଛି ଯୁବକ ଏକତ୍ର ବଣ ଭୋଜି କରୁଥିବାବେଳେ କିଛି କାରଣ କୁ ନେଇ ଯୁବକ ମାନଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଜଣେ ଯୁବକ ମଦ ନିଶା ରେ ଏକ ମଦ ବୋତଲ କୁ ଭାଙ୍ଗି ଅନ୍ୟ ଜଣେ ଯୁବକଙ୍କ ବେକକୁ କାଟି ଦେଇଥିଲା।ମଦ ବୋତଲ ଆକ୍ରମଣ ରେ ଯୁବକ ଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ନିଜ କାର କୁ ନିଜେ ଚଳାଇ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର କୁ ଯିବାକୁ ଚେଷ୍ଠା କରି ତୁଳସୀପୁର ପର୍ଯ୍ୟନ୍ତ ଯାଇ ସେଠାରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କ ସାଥିରେ ଥିବା ଯୁବକ ମାନେ ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଲୋକ ମାନେ ଗୁରୁତର ଯୁବକ ଙ୍କୁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇ ଭର୍ତ୍ତି କରିବା ସହିତ ସ୍ଥାନୀୟ ପୋଲିସ କୁ ଜଣାଇଥିଲେ।ଚାରିଛକ ଥାନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବାବେଳେ ଗୁରୁତର ଯୁବକ ଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସର୍ବତ୍ର ଆଲୋଚନା ର ବିଷୟ ପାଲଟିଛି। ଆହତ ଯୁବକ ମୁରୁଡ଼ା ଗ୍ରାମ ର ମିଟୁ ରାଉତ ବୋଲି ପୋଲିସ ଜାଣିବାକୁ ପାଇଛି।
