ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ
ଚାରିଛକ (ଏ.ପି ନ୍ୟିୁଜ)ରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଏହି ସ୍ୱତନ୍ତ୍ର କ୍ରୀଡା ଉତ୍ସବର ଶୁଭ-ଉଦଘାଟନ କରି ଥିଲେ l ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ସଚିନ୍ଦ୍ର ମାଝୀ ଯୋଗଦେଇ ରାଜ୍ୟ ସରକାର ଶିକ୍ଷାକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, କ୍ରୀଡାକୁ ମଧ୍ୟ ସେହିଭଳି ଗୁରୁତ୍ୱ ପ୍ରଦାନ କରୁଛନ୍ତି l ସମ୍ମାନୀତ ଅତିଥିରୂପେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ଏବଂ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼ଃ ଅଶୋକ ବିଶ୍ୱାଳ ଯୋଗଦେଇଥିଲେ l + ୩ କ୍ରୀଡା ଅଧିକାରୀ ବରିଷ୍ଠ ଅଧ୍ୟାପିକା ଡ଼ଃ ଶ୍ରିଲେଖା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ସଂସ୍କୃତ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l + ୨ କ୍ରୀଡା ଅଧିକାରୀ ଅଧ୍ୟାପିକା କଲ୍ୟାଣୀ ସ୍ୱାଇଁ, ଅଧ୍ୟାପିକା ମଧୁମିତା ଦେଇ, କ୍ରୀଡା ଶିକ୍ଷୟତ୍ରୀ ପାର୍ବତୀ ପରିଡା, ଅଧ୍ୟାପକ ଜଗନ୍ନାଥ ପଣ୍ଡା ବିଭିନ୍ନ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ସହ କ୍ରୀଡା ପତାକା ଉତ୍ତଳୋନ କରାଯାଇଥିଲା l ଛାତ୍ରୀମାନଙ୍କର ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇ ସଫଳତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ଅଧ୍ୟାପିକା ସଙ୍ଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
