ରାଜ୍ୟ

ଉଦ୍ଭିଦ ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର

Spread It

ନିମାପଡ଼ା,(ଏ.ପି ନ୍ୟିୁଜ). ସ୍ଥାନୀୟ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗର “ପାଣିପାଗ ପରିବର୍ତ୍ତନରଜରୁରୀ ଅବସ୍ଥା ଓ ତାର ପ୍ରଭାବ, ନିରାକରଣ” ଶୀର୍ଷକ ବାର୍ଷିକ ଆଲୋଚନା ଚକ୍ର ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ ଙ୍କ ଅଧ୍ୟକ୍ଷତାରେ ଉଦ୍ଭିଦ ବିଜ୍ଞାନ ବିଭାଗ ଶ୍ରେଣୀଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର , କଟକର ପୂର୍ବତନ ନିର୍ଦ୍ଦେଶକ ଡ ପଦ୍ମିନୀ ସ୍ବାଇଁ ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ, ଏହା ପଛର କାରଣ, ଭୟାବହତା ଓ ନିରାକରଣ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ପ୍ରଶାସନିକ ଅଧିକାରୀ ତଥା ପ୍ରାଧ୍ୟାପକ ଡ ରବୀନ୍ଦ୍ର ନାଥ ପାଢ଼ୀ ସ୍ଵାଗତ ଭାଷଣ ଦେବା ସହିତ, ବିଭାଗୀୟ ମୁଖ୍ୟ ରଶ୍ମୀ ରଞ୍ଜନ ପାଣି ଅତିଥି ପରିଚୟ ପ୍ରଦାନ କରି ଥିଲେ, ସେମିନାର ସମ୍ପାଦକ ସୌମ୍ୟ ରଞ୍ଜନ ବେହେରା ବାର୍ଷିକ ବିବରଣୀ ପାଠ କରିବା ସହିତ, ଡ ରମାକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଭାଗର ୮୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ଅଧ୍ୟାପକ ସୁରେଶ କୁମାର ବେହେରା, ପୂର୍ବତନ ଛାତ୍ର ତଥା ଜୈବ କୃଷି ବିଜ୍ଞାନୀ ଡ ଶୁଭାଶିଷ ବଳ ଡେମନଷ୍ଟ୍ରେଟର ସଙ୍ଗୀତା ସାମନ୍ତରାୟ, ପ୍ରଜ୍ଞା ପାରମିତା, କାଳନ୍ଦୀ ବାରିକ୍,ବଳରାମ ସାହୁ, ଜଗନ୍ନାଥ ସାହୁ , ବିଭୁ ପ୍ରସାଦ ସାହୁ , ସଞ୍ଜୟ ଦାସ, ତପସ୍ଵିନୀ ସ୍ବାଇଁ, ଜିନା ବାରିକ୍ ,ଦେବସ୍ମିତା ଦଳେଇ ,ଜୟଶ୍ରୀ ପ୍ରଧାନ,ସତିଶ ମଲ୍ଲିକ ପ୍ରଭୃତି କାର୍ଯକ୍ରମ ପରିଚାଳନା କରିଥିଲେ।(ଫଟ)

Leave a Reply

Your email address will not be published. Required fields are marked *