Uncategorized

ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

Spread It

 

ନିମାପଡ଼ା, (ଏ.ପି ନ୍ୟିୁଜ) ରାଜ୍ୟ ସରକାର ଅଧିନସ୍ଥ ନିମାପଡ଼ା ଜଳସେଚନ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆଜି ଅଧୀକ୍ଷଣ ଯନ୍ତ୍ରୀ ପ୍ରିତମ  ଚେତନ ପୋଥାଳଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ସରକାରଙ୍କ ଦ୍ବାରା ପ୍ରଚଳିତ   ପାଣି ପଞ୍ଚାୟତ ଯୋଜନାକୁ ମାନିବାକୁ ନେଇ ଉପସ୍ଥିତଥିବା ଯନ୍ତ୍ରୀ ଏବଂ ପାଣି ପଚାଂୟତ କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ପରେ କେନାଲକୁ ଛଡ଼ାଯାଉଥିବା ପାଣିକୁ ସୁଷମ ବଣ୍ଟନ ମାଧ୍ୟମରେ ଚାଷକାର୍ଯ୍ୟ କରିବାକୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ପୋଥାଳ ଉଦବୋଧନ ରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ   ସାସଂଦ ପ୍ରତିନିଧି ପୂର୍ଣ୍ର ଚନ୍ଦ୍ର ଓଝା, ଏନ, ଏ,.ସିଅଧ୍ୟକ୍ଷା ସସ୍ମିତା ସାହୁ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି   ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ  ଦାଶଙ୍କ ସହ ଗୋପ, କାକଟପୁର , ବଳଙ୍ଗା, ବାଲିପାଟଣା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ସହ ବରିଷ୍ଠ କିରାଣୀ  ପାର୍ଥସାରଥୀ ପଟ୍ଯନାୟକ ପ୍ରମୁଖ ଉପସ୍ଥିତ  ଥିଲେ। ପାଣି ପଚାଂୟତ ସଂଯୋଜିକା  ସହକାରୀ  ଯନ୍ତ୍ରୀ ହେମାମାଳିନି ପତି ସ୍ବାଗତ ଭାଷଣ ଦେଇଥିଳେ।  ପକ୍ଷ ପାଳନ ଅବସରରେ ସ୍କୁଲ ପିଲାମାନଙ୍କ ଦ୍ବାରା ପାଣି ପଚାଂୟତ ସମ୍ପର୍କୀତ କୁଉିଜ ଏବ  ହିରାକୁଦର କିଭଳି କେନାଲମାଧ୍ୟମରେ ଜଳସେଚନ ହେଉଛି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା କୃତିଛାତ୍ରଛାତ୍ରୀମାନଙ୍କୁ ଅଧିକ୍ଷଣ ଯନ୍ତ୍ରୀ ପୁରଷ୍କୃତ କରିଥିଳେ।ସହକାରୀ ଯନ୍ତ୍ରୀ  ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ   

Leave a Reply

Your email address will not be published. Required fields are marked *