ଯୁବ ଦିବସ
ପୁରୀ (ଏପିନ୍ୟୁଜ) : ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖରେ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ମେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ବାନ ଦେଇଥ୍ବଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧ୍କରଣର ସମ୍ମିଳନି କକ୍ଷ୍ୟରେ ସ୍ମାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥୁଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ୍କକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥୁଲା। ଆଜିର ଏହି ସ୍ମାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା , ଓକିଲ ସଂଘର କର୍ମକର୍ତା, ଜିଲ୍ଲା ଆଇନ ସେବା ପ୍ରାଧ୍କରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (କନ ଉପଯୋଗୀସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ମାସ୍ଥ୍ୟ ସେବା ପରୀକ୍ଷଣ କରାଇଥ୍ଲେ। ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧ୍କାରଣର କର୍ମଚାରୀମାନେ ସହଯୋଗ କରିଥଲେ ।
