Uncategorized

ଆମ୍ବିଳିହଣା ସ୍ବ୍ୟାସ୍ଥ କେନ୍ଦ୍ର ଉପରେ ନିର୍ଭର ୫ଟି ପଞ୍ଚାୟତବାସୀ  ଆମ୍ବୁଲାନ୍ସ ସେବାରୁ ବଞ୍ଚିତ

Spread It

 

 ନିମାପଡ଼ା,(ଏ.ପି ନ୍ୟିୁଜ)   ଗୋପ ସ ନିମାପଡ଼ା ବ୍ଲକ ସୀମାନ୍ତରେ ଥିବା ଆମ୍ବିଳିହଣା   ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନସ ନଥିବାରୁ  ଜରୁରୀ ଚିକିତ୍ସା ପାଇବାରୁ ରୋଗୀମାନେ ବଞ୍ଚିତ ହେଉଛନ୍ତି।ଏକ ମାତ୍ର ସ୍ୱାସ୍ଥ୍ୟ କେନ୍ଦ୍ର  ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତିର୍ଗତଗୋପବ୍ଲକ ଅନ୍ତର୍ଗତ ,ଆମ୍ବିଳିହଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥିତ।  ସତୁରୀ ବର୍ଷର ପୁରାତନ  ସ୍ବାସ୍ଥ୍ୟ କେନ୍ଦ୍ର ଓ  ପାଞ୍ଚଗୋଟି ପଞ୍ଚାୟତର ପାଖାପାଖି ୧୫ ହଜାର ସାଧାରଣ ଲୋକ  ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ  ନିର୍ଭରଶୀଳ ଅଟନ୍ତି ।  ଏହି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଳାନସ ନଥିବାରୁ ଗୁରୁତର ରେଗୀଓ ଗର୍ଭବତୀ ମହିଳାମାନେ ଆମ୍ବୁଲାନସ ସେବାରୁ ବଞ୍ଚିତ ହୋଇଛନ୍ତି ସ ନାନା ଅସୁବିଧାର ସସମ୍ମୁଖୀନ ହେଉଛନ୍ତି।   ଏହି ଅଞ୍ଚଳର ଲୋକ ଓ ରୋଗୀମାନଙ୍କ ପାଇଁ  ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି। ଶହଶହରୋଗୀ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ କୋଡିଏ କିଲୋମିଟର ଦୂର ମେଡିକାଲକୁ ପହଞ୍ଚିବାରେ ବିଫଳ ହେଉଛନ୍ତି  ଭାଗ୍ୟକୁ ଆଦରି ପଡ଼ିରହୁଛନ୍ତି।। ଆମ୍ବୁଲାନ୍ସ ସେବା ବାବଦରେ ବିଭାଗୀୟ ଜିଲ୍ଲା ମୂଖ୍ୟ ଚିକିସ୍ଚାଧିକାରୀ, ଜିଲ୍ଲାପାଳ,ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ଆଞ୍ଚଳିକ ସ୍ୱାସ୍ଥ୍ୟ କମିଟିର ଆବାହକ, ଧରଣୀଧର ମହାପାତ୍ର, ପୁରୀ ଜିଲ୍ଲା ସୂଚନା ଅଧିକାର ଅଭିଯାନର ଆବାହକ ଦିବାକର ନାୟକ ବାରମ୍ବାର ଅବଗତ କରିଆସୁଛନ୍ତି । ତୁରନ୍ତ ଆମ୍ବିଳିହଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନସ ସେବାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ  ଆମ୍ବିଳିହଣା ଗ୍ରାମବାସୀ ଦାବୀ କରିଛନ୍ତି

 

Leave a Reply

Your email address will not be published. Required fields are marked *