ଘରେ ଘରେ ହେଲା ମକର ଚାଉଳ ଭୋଗ ଲାଗି
ଚାରିଛକ,(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ମକର ସଂକ୍ରାନ୍ତି। ଶ୍ରଦ୍ଧାଳୁ ମାନେ ଘରେ ଘରେ ନୂଆ ଅରୁଆ ଚାଉଳ, ଘିଅ, ନଡ଼ିଆ,ଗୁଡ଼, ଗୋଲ ମରିଚ ରେ ମକର ଚାଉଳ ପ୍ରସ୍ତୁତ କରି ଘର ଠାକୁର, ବୃନ୍ଦାବତୀ, ଗ୍ରାମ ଦେବତୀ ଙ୍କ ପାଖରେ ଭୋଗ ଲାଗି କରିଥିଲେ। କିଛି ସ୍ଥାନରେ ମକର ଚାଉଳ ପରସ୍ପର କୁ ଖୁଆଇ ଦୁଇ ବନ୍ଧୁ ମକର ବସିଥିଲେ। ଯାହା ଆମ ଓଡ଼ିଆ ସଂସ୍କୃତି ରେ ଏକ ପରମ୍ପରା ହୋଇ ରହି ଆସିଛି କାହିଁ କେତେ କାଳରୁ।
