ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବ ୨୦୨୫-୨୬ ପାଳିତ
ନିମାପଡ଼ା(ଏ.ପି ନ୍ୟୁଜ) ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ପରିସରରେ ୬୨ତମ ବାର୍ଷିକ ଉତ୍ସବ ୨୦୨୫ -୨୬ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଅମିତା ମହାନାୟକ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଅଧ୍ୟାପକ ତଥା କଲେଜ ପ୍ରଶାସନିକ ଅଧିକାରୀ ପ୍ରଧ୍ୟାପକ ପ୍ରଦିପ୍ତ କୁମାର ଦାଶଦେଇଥିଳେ। ଓ ଅଧ୍ୟକ୍ଷା ଶ୍ରୀମତୀ ମହାନାୟକ, କଲେଜର ବାର୍ଷିବିବରରୀ ପାଠ କରିଥିଲେ। ମୁଖ୍ୟବକ୍ତାଭାବେ ବିଶିଷ୍ଟ ଐତିହାସିକ ବସନ୍ତକୁମାର ମଲିକ ଯୋଗଦେଇ ମହାବିଦ୍ୟାଳୟ ଛାତ୍ରମାନଙ୍କ ସନସ୍ତତ୍ବ ଉପରେ ଆଳୋଚନା କରିଥିଲେ। ଅନ୍ୟତମ ଅଧ୍ୟାପକ ପ୍ରଦିପ୍ତ କୁମାର ବେହରା ଉପସ୍ଥିତ ଥିଲେ। ପ୍ରଧ୍ୟାପକ ଡ଼, ରବିନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ମହାବିଦ୍ୟାଳୟରୁ ଅବସର ନେଇଥିବା କିଛି କର୍ମଚାରୀ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନ୍ନୀତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷମାନେ ସର୍ବଶ୍ରୀ ପୁର୍ଣ୍ଣଚନ୍ଦ୍ର ଦାଶ, ବସନ୍ତ କୁମାର ମହାନ୍ତି, ଲକ୍ଷ୍ମୀଧର ପଣ୍ଡା, ସସ୍ମିତା ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।
