ରାଜ୍ୟ

ରାସ୍ତା ରୁ ଉଠୁଛି ଛେଲା ଛେଲା ପିଚୁ,

Spread It

 

ଅସ୍ତରଙ୍ଗ ୧୯/୧-(ଏ.ପି ନ୍ୟିୁଜ) ସଡ଼କ ସୁରକ୍ଷା ସହିତ ପ୍ରତ୍ୟେକ ଅଞ୍ଚଳ କୁ ପକ୍କା ସଡ଼କ ନିର୍ମାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ର ପୁଞ୍ଜି ନିବେଶ କରୁଛନ୍ତି, ହେଲେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଚକ୍ରପଡା ଶିବ ମନ୍ଦିର ନିକଟରେ, l ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତା ରେ ପିଚୁ ପ୍ୟାଚ ପକାଇ ମରାମତି କାର୍ଯ୍ୟ ରେ ଆସିଛି ଦୁର୍ନୀତି ର ଅଭିଯୋଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯାହା ସୂଚନା ରହିଛି ଏହା ବିଧାୟକ ପାଣ୍ଠି ର ପ୍ରାୟ ୪ ଲକ୍ଷ ଟଙ୍କା ର କାର୍ଯ୍ୟ, ପୁରୁଣା ଭଙ୍ଗା ପିଚୁ ରାସ୍ତା ରେ ନୂଆ ପିଚୁ ପକାଇ ମରାମତି କରାଯିବ l  ବିଭାଗୀୟ ତଦାରଖ ଅଭାବରୁ କାର୍ଯ୍ୟ କୁ  ନିମ୍ନ ମାନ ର କରାଯାଇଛି ଯେ ସ୍ଥାନୀୟ ଲୋକ ଙ୍କ ଭିତରେ ଜନଅସନ୍ତୋଷ ଦେଖିବାକୁ ମିଳୁଛି l ଗତକାଲି ଠିକାଦାର ପିଚୁ ପକାଇ ରାସ୍ତା ରେ  ରୋଲର ଚଲାଇ ରାସ୍ତା କୁ କାମ କରିଥିଲେ ମାତ୍ର ଆଜି ସ୍ଥାନୀୟ ଲୋକ ସାଧାରଣ ରେ ପାଦ ରେ ଚାଲିଲା ବେଳେ ପିଚୁ ଗୋଡି ସବୁ ଉଠିଯାଉଛି l ସ୍ଥାନୀୟ ଲୋକ ଙ୍କ ଅଭିଯୋଗ ଯେ ଆଗରୁ ଆମ ପିଚୁ ସଡ଼କ ସମ୍ପୂର୍ଣ୍ଣ ଠିକ ଥିଲା l ଯଦିଓ କାମ ହେଉଛି ପିଚୁ ତେଲ ଓ ପିଚୁ ଉପରେ ରନ୍ଧା ଅଠା ଢଳା ନ ଯାଇ ସେମିତି ପିଚୁ ଗୋଳେଇ ରାସ୍ତାରେ ବିଛାଯାଉଛି  ଫଳରେ, ତଳ କାମ ଠିକ ନଥିବାରୁ ଉପରୁ ପରସ୍ତ ପରସ୍ତ ପିଚୁ ଉଠୁଛି l   ବିଭାଗୀୟ ଅଧିକାରୀ ଯନ୍ତ୍ରୀ ପିଚୁ ରାସ୍ତା କାର୍ଯ୍ୟ କୁ ତଦନ୍ତ ପରିସର କୁ ଆଣିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *