ଶିକ୍ଷାନୁଷ୍ଠାନ ମାନଙ୍କରେ ପୂଜା ପାଇଲେ ଦେବୀ ସରସ୍ୱତୀ
ଚାରିଛକ , (ସନ୍ତୋଷ ଦାଶ) ଚାରିଛକ, ନୟାହାଟ, ଯୋଗେଶ୍ୱରପୁର ପ୍ରଭୃତି ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଧୁମ ଧାମରେ ଶିକ୍ଷା ଓ ଜ୍ଞାନ ର ଦେବୀ ମା ସରସ୍ଵତୀ ଙ୍କ ପୂଜା ଅନୁଷ୍ଠିତ ହୋଇ ଥିଲା । ଉପୋରକ୍ତ ଅଞ୍ଚଳ ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଗୁଡ଼ିକ ରେ ଛାତ୍ର ଛାତ୍ରୀ ମାନେ ନବ ବସ୍ତ୍ର ପରିଧାନ କରି ବିଭିନ୍ନ ଭୋଗ ନେଇ ବିଦ୍ୟାଳୟ କୁ ଯିବା ପରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶିକ୍ଷା ଓ ଜ୍ଞାନ ର ଦେବୀ ମା ସରସ୍ବତୀଙ୍କ ପୂଜା କାର୍ଯ୍ୟକ୍ରମ ଭକ୍ତି ଓ ନିଷ୍ଠାର ସହିତ ପାଳନ ହୋଇଥିଲା। କିଛି ଅନୁଷ୍ଠାନ ମାନଙ୍କ ରେ ଭୋଜି ର ଅୟୋଜନ ହୋଇଥିଲା।
