ବାଣୀଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ
ଖେଲାର (ଏ.ପି ନ୍ୟିୁଜ) କଅଁରପୁର ଠାରେ ଥିବା ବାଣୀଶ୍ରୀ ଉଚ୍ଚ ବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଶ୍ରୀ ଜୋତ୍ସାରାଣୀ ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ଲୋକସଭାସଦସ୍ୟ ବିୁଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତାଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ନାୟକ , ପ୍ରାକ୍ତନ ଅଧ୍ୟକ୍ଷ ରଘୁନାଥ ଜୀଊ ମାଧ୍ୟମିକ ସ୍କୁଲର ଡ଼ଃ ତପନ କୁମାର ଜେନା ଏବଂ ଶାଇଁଶ ଶାସନ ସରପଞ୍ଚ ତଥା ବିଜେପି ନେତା ଦେବାଶିଷ ଆଚାର୍ଯ୍ୟ ସମ୍ମାନ୍ନୀତ ଅତିଥିଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷ ସୁଶ୍ରୀ ବସ୍ତିଆ ବାର୍ଷିକ ବିବରଣୀ ପାଠରେ ବିଦ୍ୟାଳୟରେ ପିଲାମାନ ଙ୍କପାଇଁ ଏକ ସାଇକେଲ ଷ୍ଟାଣ୍ଡ, ବିଦ୍ୟାଳର ସୁରକ୍ଷା ପାଇଁ ଚାରିପଟେ ପାଚେରୀ ନିର୍ମାଣର ଆବଶ୍ୟକତାଥିବା ଦର୍ଶାଇଥିଲେ।। ସାସଂଦ ଶ୍ରୀଯୁକ୍ତ ତରାଇ ଖୁବଶିଘ୍ର ସାଇକେଲ ଷ୍ଟାଣ୍ଡପାଇଁ ଅର୍ଥ ଦେବେବୋଲି ଘୋଷଣା କରିଥିଲେ। ବିଧ୍ୟାଳୟରେ ଅସମ୍ପୂର୍ଣ୍ଣ ଥିବା ମନ୍ଦିର ପାଇଁ ୧ଲକ୍ଷ ଟଙ୍କା ଅଦୁଦାନ ଦେବେ ବୋଲି ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଘୋଷଣା କରିଥିଲେ। ବିଦ୍ୟାଳୟର କୃତି କ୍ରିଡ଼ା ବିତମାଡ଼ଙ୍କୁ ପ୍ରମାଣ ପତ୍ର ଏବଂ ଫଳକ ଦିଆଯାଇ ପୁରଷ୍କୃତ କରାଯାଇଥିଲା।
