ଗଣତନ୍ତ୍ର ଦିବସରେ ଫ୍ଲେକ୍ସରେ ଜାତୀୟ ପତକାର ଓଲଟା ଚିତ୍ର ପ୍ରଦର୍ଶିତ
ନିମାପଡ଼ା,(ଏ.ପି ନ୍ୟିୁଜ) ୭୭ ତମ ଗଣତନ୍ତ୍ର ଦିବସ ପରେଡ଼ ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ପଞ୍ଚାୟତ ସମିତି ସୈାଜନ୍ୟରୁ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ପ୍ରଥମଥରପାଇଁ ସ୍ଥାନୀୟ ବିଧାୟକ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଲୋକସଭାସଦସ୍ୟ ବିଭୁପ୍ରସାଦ ତରାଇଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରୀତ କରାଯାଇଥିଲା ଏବଂ ସେ ଜାତୀୟ ପତକାକୁ ଉତ୍ତୋଳନ କରବାସହ ଅଭିଭାଦନ ଗ୍ରହଣ କରିଥିଲେ। ଗଣତନ୍ତ୍ର ଦିବସ ପାଳନ ପାଇଁ ବାରବାଟୀ ପଡ଼ିଆରେ ଅତିଥିମାନଙ୍କ ବସିବା ପାଇଁ ହୋଇଥିବା ମଚଂର ପଛପଟରେ ୭୭ତମ ଗଣତନ୍ତ୍ର ଦିବସ ପାଳନର ଏକ ଫ୍ଲେକ୍ସ ଲଗା ଯାଇଥିଲା ସେହି ଫ୍ଳେକ୍ସରେ ଜାତୀୟ ପତକାର ଭୁଲ ଚିତ୍ର ରହିଥିଲା। ଫ୍ଳେକ୍ସକୁ ଠିକଭାବେ ଯାଞ୍ଚ କରାନଯାଇ ସର୍ବସାଧାରଣରେ କାହା ନିର୍ଦ୍ଦେଶରେ ଭୁଲ ଫ୍ଳେକ୍ସ ମଚଂରେ ପ୍ରଦର୍ଶିତ କରିବାକୁ ନେଇ ଜାତୀୟବାଦୀମାନେ ତୀବ୍ର ସମାଳୋଚନା କରିଛନ୍ତି। ମଂଚରେ ବସିଥିବା ମାନ୍ୟଗଣ୍ୟ ସରକାରୀ ଅଧିକାରୀମାନେ କିଭଳି ଦେଖିପାରିଲେ ନାହିଁ ତାହା ନିମାପଡ଼ା ରେ ଆଳୋଚନା ଚାଲିଛି। ମଂଚରେ ବସିଥିବା ରାଜନେତା ତଥା ଳୋକସଭା ସଦସ୍ୟ ଶ୍ରୀଯୁକ୍ତ ତରାଇଙ୍କ ପୁଲିସ ଅଧିକାରୀ ଦାୟିତ୍ବ ସମ୍ପର୍ଣ୍ଣ ପ୍ରାଶାସନିକ ଅଧିକାରୀ ବିଡ଼ିଓ ,ତହସିଲଦାର ଏବଂ ଏନ.ଏସି ଅଧିକାରୀ ମାନେ ମଚାଂସୀନ ଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଜାତୀୟ ପତକାର ଥିବା ଚିତ୍ର ତ୍ରୁଟିକୁ ଧରିଥିଲେ। ହେଲେ ଗଣ୍ଡାଗଣ୍ଡା ସରକାରୀ ଅଧିକାରୀ ଓ ଶିକ୍ଷକ ବୁଦ୍ଧଜିବୀମାନେ ବାରବାଟୀ ପଡ଼ିଆରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଉପସ୍ଥିତ ଥିଲେ ହେଲେ ପ୍ଲେକ୍ସରେ ଥିବା ତ୍ରୁଟି ନଜରକୁ କିଭଳି ଆସିନଥିଲା ତାହା ବୁଝାପଡ଼ୁ ନାହିଁ। ଫ୍ଲେକସ କିଏ ବରାଦ ଦେଇଥିଲେ ଯାଚଂ ନକରି ଏକ ଜାତୀୟ ଉତ୍ସବରେ ଭୁଲ ପ୍ରଦର୍ଶିତ ହେଲା ତାହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାଧୀନଚେତାମାନେ ମତ ରଖିଛନ୍ତି। ସୁଚନା ଯୋଗ୍ୟ ମଂଚରେ ଲଗାଯାଇଥିବା ଫ୍ଲେକସରେ ଦୁଇଟି ଜାତୀୟ ପତକା ଚିତ୍ରରହିଛି। ଗୋଟିଏ ପତକାଚିତ୍ରରେ ଉପର ରଙ୍ଗ କମଳା ଥିବାବେଳେ ଆଉଗୋଟିଏ ଚିତ୍ରରେ ଉପର ଅଶଂ ସବୁଜ ରହିଛି। ବହୁ ସ୍କୁଳ ପିଲା ଏହି ଚିତ୍ରକୁ ଦେଖି ଭ୍ରମରେ ପଡ଼ିଥିବା ଜାଣିବାକୁ ମିଳିଛି। ଅନେକ ତ୍ରୁଟି ଗଣତନ୍ତ୍ର ଦିବସରେ ଦେଖିବାକୁ ମିଲିଥିଲା ମାର୍ଚ୍ଚପାଷ୍ଟ ରେ ଯାଉଥିବା କ୍ୟାଡ଼େଟମାନେ ମୁଖ୍ୟ ଅତିଥିଙ୍କୁ ସାଲ୍ର୍ୟୁଟମାରି ଚାଲିଥାନ୍ତି କିନ୍ତୁ ମୁଖ୍ୟ ଅତିଥି ହାତ ନ ଉଠାଇ ଛିଡ଼ା ହୋଇ ରହିଥିଲେ। ପୁଲିସ ଅଧିକାରୀଜଣ ଙ୍କ ଇସରା ଦେବାପରେ ମୁଖ୍ୟଅତିଥି ପ୍ରତି ବଦଳରେ ସ୍ୟାଲୁଟ ମାରିଥିଳେ। ଉତ୍ସବ ଚାଲିଥିବା ସମୟରେ କାର୍ଯ୍ୟବ୍ୟସ୍ତତା କାରଣରୁ ଚାଲିଯିବା ଘଟଣାକୁ ନିମାପଡ଼ା ବୁଦ୍ଧିଜୀବି ମହଳ ସମାଲୋଚନା କରିଛନ୍ତି।
