Uncategorized

 ମହାତ୍ମାଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ପାଳନ

Spread It

 

 ଶହୀଦ ଦିବସରେ ୨ ମିନିଟ ନୀରବତା ପାଳନ

ପୁରୀ (ଏ.ପି ନ୍ୟିୁଜ)ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଆଦର୍ଶ ଓ ବିଚାର ଧାରା ଚିର ଅମର।୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଜାତିର ଜନକ ଙ୍କ ମହାପ୍ରୟାଣ ଘଟିଥିଲା।ଗାନ୍ଧିଜୀ ଙ୍କ ଅହିଂସା ମନ୍ତ୍ର ସମଗ୍ର ବିଶ୍ୱ କୁ ଆନ୍ଦୋଳିତ କରିଛି। ତାଙ୍କର ତ୍ୟାଗ, ସମୟାନୁବର୍ତ୍ତିତା ଓ ସତ୍ୟ ପ୍ରତି ନିଷ୍ଠା ସମସ୍ତଙ୍କୁ ସବୁଦିନ ପାଇଁ ଅନୁପ୍ରାଣିତ କରିଚାଲିଥିବ ବୋଲି କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ପ୍ରତ୍ୟେକ ବର୍ଷ ଜାନୁଆରୀ ୩୦ ତାରିଖ ମହାତ୍ମାଗାନ୍ଧୀ ମହାପ୍ରୟାଣ ଦିବସ କୁ  ସହୀଦ ଦିବସ ଭାବେ ପାଳନ କରାଯାଏ। ଆଜି ସହୀଦ ଦିବସ ଅବସରରେ  ଦିବା ୧୧ ଘଟିକା ସମୟରେ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ  ନୀରବତା ଅବଲମ୍ବନ କରାଯାଇ ମହାତ୍ମାଗାନ୍ଧୀ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିବା ୧୧ ଘଟିକା ରୁ ୧୧ ଘଟିକା ୦୨ ମିନିଟ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀ ନୀରବ ରହି ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ  ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଆଦ୍ୟାଶା ରଥ,ବିବେକାନନ୍ଦ ସାହୁ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଦୁଇ ମିନିଟ ନୀରବତା ଅବଲମ୍ବନ କରିଥିଲେ।ସେହିପରି ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟାଳୟ ମାନଙ୍କ ରେ ଏହି ନିରବତା ଅବଲମ୍ବନ ପୂର୍ବକ ସହୀଦ ଦିବସ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *