ଟିୟୁସନ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଶିକ୍ଷକ
ଖେଲାର(ଏ.ପି.ନ୍ୟୁଜ) ଟିୟୁସନ ବା କୋଚିଂ ସେଣ୍ଟରରେ ଭଲ ଦୁଇପଇସା ରୋଜଗାର ହେଉଥିବାରୁ କେତେକ ଶିକ୍ଷକ ସ୍କୁଲ ଗୁଡ଼ିକରେ ସରକାରୀ ଚାକିରି କରିଥିଲେ ମଧ୍ୟ ଟିୟୁସନମୋହ କୁ ଛାଡ଼ି ପାରୁ ନାହାଁନ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଚିଠନଂ ୧୧୩୨୧ରେ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗରେ ଚାକିରି କରୁଥିବା ଶିକ୍ଷକମାନେ ନିଜଘରେ ଟିୟୁସନ କେନ୍ଦ୍ର ଖୋଲିପାରିବେ ନାହିଁ କିମ୍ବା କୋଚିଂ ସେଣ୍ଟରଗୁଡ଼ିକରେ ଶିକ୍ଷାଦାନ କରିପାରିବେ ନାହିଁ କିନ୍ତୁ କେତେକ ଶିକ୍ଷକ ସରକାରୀ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି। ଖେଲାର ବଜାର ନିକଟରେ ଘରଭଡ଼ା ନେଇ ଟିୟୁସନ କେନ୍ଦ୍ର ଗୁଡ଼ିକୁ ଖୋଲି ଶିକ୍ଷା ନାମରେ ବେପାର ଚଳାଇଥିବା ଅଭିଯୋଗ ହୋଇଛି।। ଶିକ୍ଷିତ ଯୁବକମାନଙ୍କୁ ଟିଞୁସନ କେନ୍ଦ୍ରର ଏଜେଣ୍ଟ ବନାଇ ସେମାନଙ୍କ ଦ୍ବରା ଗ୍ରାମାଞ୍ଚଳରୁ ଛାତ୍ର ସଂଗ୍ରହ କରୁଛନ୍ତି ଏବଂ ଅଭିଭାବକମାନଙ୍କୁ ଉକ୍ତ ଟିୟୁସନ କେନ୍ଦ୍ରରେ ପାଠ ପଢିଲେ ବହୁ ସୁବିଧା ଓ ଅଧିକ ନମ୍ବର ରଖି ପାଶ କରିବେ ବୋଲି ପ୍ରଲୋଭିତ କରି ଟିୟୁସନ କେନ୍ଦ୍ରରେ ପ୍ରବେଶ କରାଉଛନ୍ତି। କିନ୍ତୁ ପାଠ ପଢାରେ ସେଭଳି ସୁବିଧା ଟିୟୁସନ କେନ୍ଦ୍ରରେ ମିଳୁନଥିବା ଅଭିଯୋଗ ହୋଇଛି। ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବୀ ହୋଇଛି।
