ରାଜ୍ୟ

ଅସ୍ତରଙ୍ଗ ସମୁଦ୍ର ଉପକୂଳ ରେ କୁମ୍ଭୀର

Spread It

ଅସ୍ତରଙ୍ଗ, (ଏ.ପି ନ୍ୟିୁଜ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ତଥା ଗଙ୍ଗାଦେବୀ ମୁଁହାଣ ଠାରୁ କେଳୁଣୀ ମୁଁହାଣ ପର୍ଯ୍ୟନ୍ତ ଦୀର୍ଘ ୨୫କିଲୋମିଟର ବ୍ୟାପି ସମୁଦ୍ର ତଟ ରେ ଏବେ କିଛିଦିନ ହେବ କୁମ୍ଭୀର  ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳୁଛି l ଏହି ମାସକ ଭିତରେ କୁମ୍ଭିର ପିର ଯାହାନିଆ ବେଳାଭୂମିରେ ଦେଖା ଯାଇଥିଲା  କୁମ୍ଭୀର   ଦେଖିବା ଲାଗି ଲୋକ ରୁଣ୍ଢ ହେବାରୁ ସେଠାରୁ  ପଳାଇ ଯାଇଥିଲା। ଏହାର କିଛି ଦିନ ପରେ ଦେବୀ ମାଉଥ ର ଅନତି ଦୂରରେ କୁମ୍ଭୀର ଟି ସକାଳୁ ସକାଳୁ ଗୋଟେ ଲୁଣା ଜଙ୍ଗଲ ଗଛ ମୂଳେ ଖରା ଖାଉଥୁବା ର ଦେଖିବାକୁ ମିଳିଥିଲା l କିନ୍ତୁ ଶନିବାର ଦିନ ସକାଳ ସମୟ ରେ କୁମ୍ଭୀର ଟି ଛୁରିଅନା ଗ୍ରାମ ପଞ୍ଚୟତ ଅଧୀନ ଦାଳୁଅକଣି ଓ ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଦେଖା ଯାଇ ଥିଲା ଓ କିଛ ବାଟ କୂଳକୁ ଉଠି ଖରା ପୋଉ ଥିବା ବେଳେ,ସମୁଦ୍ର ତଟରେ ଥିବା ତେଲୁଗୁ ସମ୍ପ୍ରଦାୟ ଧିବର ଓ ଉପସ୍ଥିତ ଥିବା ସ୍ଥାନୀୟ କିଛି ଲୋକ ମାନେ ଦେଖି ଡରି ଯାଇ ଥିଲେ l ସମୁଦ୍ର ତଟ ଗହଳି ହେବାରୁ କୁମ୍ଭୀର ଟି କିଛି ବାଟ ସମୁଦ୍ର ଲହଡି କୁ ଯାଇ ପହଁରି ପହଁରି ପିର ଯାହାନୀଆ ବେଳାଭୂମି ଆଡ଼େ ଗତି କରିଥିଲା l ଏଠାରେ ପ୍ରକାଶ ଯୋଗ୍ୟ ଜେ, କୁମ୍ଭୀର ମାନଙ୍କୁ ବର୍ଷା ସାରା ଖାରୀୟ ଜଳ ହେଉ କି ମଧୁର ଜଳ ତାଙ୍କୁ ସେହି ପାଣିରେ ଏକ ଆବଦ୍ଧ ଭାବେ ରଖା ଯାଇ ଥାଏ l ବର୍ଷ ସାରା ରହିବା ପରେ ଶୀତ ଦିନେ ଜଦି କିଛି ରୋଗ ଦେଖାଗଲା ସେମାନଙ୍କୁ ଲୁଣି ପାଣିକୁ ଛାଡି ଦିଆ ଯାଇଥାଏ ରୋଗ ଭଲ ହେବା ପାଇଁ l କିଛିଦିନ ଲୁଣି ପାଣିରେ ରହିବା ପରେ ସେମାନଙ୍କୁ ଯନ୍ତ୍ର ଚଳିତ ଡ଼ଙ୍ଗା ଦ୍ଵାରା ଧାରା ଯାଇ ପୁନର୍ବାର ପୂର୍ବ ସ୍ଥାନକୁ ନିଆଯାଇ ଥାଏ l ସେହି ସମୟ ଭିତରେ ଜଦି କୌଣସି କୁମ୍ଭୀର ସମୁଦ୍ର କି ନଦୀକୁ ଖସି ଆସିଥାଏ ସେହି  କୁମ୍ଭୀର  କୂଳକୁ ଆସି ସାଧାରଣରେ ଦୃଶ୍ୟମାନ ହୋଇଥାଏ 

Leave a Reply

Your email address will not be published. Required fields are marked *