ଦୁଇ ହଜାରରୁ ଉର୍ଦ୍ଧ ଯୁବକ ବିଜେପିରେ ଯୋଗଦେଲେ
ନିମାପଡ଼ା, (ଏ.ପି ନ୍ୟୁଜ) ସହିଦ ଭବନ ପଡ଼ିଆରେ ନିମାପଡ଼ା ବ୍ଳକର ଅଧିନସ୍ଥ ୩୨ଟି ପଞ୍ଚାୟତର ଦୁଇ ହଜାର ଉର୍ଦ୍ଧ ଯୁବକ ବିଜେଡ଼ି, କଂଗ୍ରେସଓ ଇସ୍ଥଫା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବକୁ ସ୍ବୀକାର କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ଉତ୍ସବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଓ ନିଆଳି ବିଧାୟକ ଛବି ମଲିକ ସମେତ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ମଣ୍ଡଳ ସଭାପତି ସର୍ବଶ୍ରୀ ଦେବାଶିଷ ଆଚାର୍ଯ୍ୟ , କୃଷ୍ଣ ଚନ୍ଦ୍ର ସ୍ବାଇଁ, ନିରଞନ ନାୟକ, ରବିନ୍ଦ୍ର ନାୟକ, ସତ୍ୟଭୂଷଣ ସ୍ବାଇଁ,ପ୍ରଭାତ ନାୟକ , ସାସଂଦ ପ୍ରତିନିଧି ମୀନଲତା ମହାନ୍ତି ଉପମୁଖ୍ୟ ମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ସାସଂଦ ବ୍ଲକ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତଥିଲେ। ଆଗନ୍ତୁକ କର୍ମୀ ମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ପଦ୍ମଫୁଳ ଚିହ୍ନ ଥିବା ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।
