ନିମାପଡ଼ା,-ଗୋପ ସିଭିଲ ସୋସାଇଟର ଅଧିଷ୍ଠାନ ଉତ୍ସବ
ନିମାପଡ଼ା,(ଏ.ପି ନ୍ୟିୁଜ) ନିମାପଡ଼ା- ଗୋପ ସିଭିଲ ସୋସାଇଟ ପକ୍ଷରୁ ଅଧିଷ୍ଠାନ ଉତ୍ସବ ପୁରାତନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମୃଦ୍ଧ ,ବିକଶିତ, ସୈାନ୍ଦର୍ଯ୍ୟମୟ ଓ ଉତ୍କର୍ଷ ନିମାପଡ଼ା- ଗୋପ ଆଜି ଅନୁଷ୍ଠିତ ଅଧିଷ୍ଠାନ ଉତ୍ସବରେ ସଭିଲ ସୋସାଇଟ ସଂକଳ୍ପ ନେଇଛି। ସିଭିଲ ସୋସାଇଟ ପକ୍ଷରୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ତରରେ ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ସିଭିଲ ସୋସାଇଟର ଦାବୀ ଗୁଡ଼ିକ ପ୍ରତି ସରକାର ସହନଶୀଳତା ଅଛନ୍ତି ଏବଂ ସଭିଲ ସୋସାଇଟ ଦାବୀ ଗୁଡ଼ିକ ନିମାପଡ଼ା ବିଷୟରେ ଉଲେଖ କରିଛନ୍ତି , ନିମାପଡ଼ା ନିର୍ବାଚନ ମଣ୍ଡଳୀଅନ୍ତର୍ଗତ ଚାରିଛକ ବଳଙ୍ଗା ଗୋପର ବିକାଶ ହେଲେ ନିମାପଡ଼ାର ସାମଗ୍ରିକ ବିକାଶ ହେବ। ନିମାପଡ଼ା ବ୍ଲକର ବଡ଼ଶିରୁବଳା ଏବଂ ନୂତନ କୋର୍ଟ ପ୍ରସ୍ତାବିତ ସ୍ଥାନରେ ଏବଂ ଅନ୍ୟଯିଗୋପ ବ୍ଲକର ଗୋଟିଏ ସ୍ଥାନରେ ପ୍ରକ୍ଷେଳାୟ ଗୃହ ନିର୍ମାଣ ଖୁବ ଶିଘ୍ର କାମ ଆରମ୍ଭ ହେବ, କେନ୍ଦ୍ରିୟ ବିଦ୍ୟାଳୟ, ନିମାପଡ଼ାକୁ ପୈାରପାଳିକା , ପାଟପୁର ଓ ଅଣ୍ଢିଆ ମୈାଜାର ୭ହଜାର ପ୍ରଜାଙ୍କ ଜମିଜମାର ସ୍ଥାୟୀ ସମାଧାନ କରାଯାଇ ପଟ୍ଟା ବଣ୍ଟନ କରାଯିବ। ବର୍ଷାଦିନ ପୁର୍ବରୁ ଏନ.ଏ.ସି ଅଞ୍ଚଳର ଡ଼୍ରେନସମାସ୍ୟାର ସମାଧାନ କରାଯିବ। ନିମାପଡ଼ା ଅଞ୍ଚଳର ବିକାଶ ପାଇଁ ଅହରହ କାମ ଚାଲିଛି। ନିମାପଡ଼ାର ସମାସ୍ୟା କଥା ଖବରକାଗଜରେ ବାହାରିଗଲେ ତାହା ସାଙ୍ଗେ ସାଙ୍ଗେ ସମାଧାନ ପାରିବ ନାହିଁ। ଏହି ଉତ୍ସବରେ ସମ୍ମାନ୍ନିତ ଅତିଥିଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ବ୍ୟକ୍ତି କିଛି କରିପାରିନଥିଲେ, ୨୦ମାସରେ ଉତ୍କର୍ଷ ବାଟଦେଇ ନିମାପଡ଼ା ଗତିକରିପାରୁଛି। ଅନ୍ୟତମ ଅତିତିଭାବେ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ ସିଭିଳ ସୋସାଇଟକୁ କ୍ଷମାମାଗିକହିଥିଲେ ମୁଁ ରାଜନୈତିକ ବ୍ୟକ୍ତି ନୁଡେଁ ବହୁ ସ୍ବପ୍ନ ନିମାପଡ଼ା ଏନ.ଏ.ସି ପାଇଁ ଦେଖିଥିଲେ ସବୁ ପୂରଣ ହୋଇପାରିଲା ନାହିଁ, । ଉପମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବିକାଶ ଆଗକୁ ବଢିଛି ବୋଲି କହିଥିଳେ। ସଭାପତି ସୁଧୀର ଚରଣ ମହାନ୍ତିଙ୍କ ପୈାରହିତ୍ବରେ ଅନୁଷ୍ଠିତ ଅଧିଷ୍ଠାନ ଉତ୍ସବରେ ମୁଖ୍ୟବକ୍ତାଭାବେ ପ୍ରଧ୍ୟାପକ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ରଯୋଗଦେଇଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଆବାହକ ନିରଦ ବରଣ ଖୁଣ୍ଟିଆ, ମଚଂ ପରିଚାଳନା କରିଥିଲେ ଅକ୍ଷୟକୁମାର ନାୟକ। ସଭିଲ ସୋସାଇଟ ପକ୍ଷରୁ ବିଶିଷ୍ଟ ସଭ୍ୟମାନଙ୍କୁ ସ୍ମାରକ ଫଳକ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
