ରାଜ୍ୟ

ଶ୍ବେତଗଙ୍ଗାରେ ପିଣ୍ଡ ଦାନ କଲେ ରାଷ୍ଟ୍ରପତି,ଶ୍ରୀଜୀଉ ମାନଙ୍କୁ ଦର୍ଶନ କଲେ

Spread It

 

ପୁରୀ (ଏ.ପି ନ୍ୟିୁଜ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ଲୋକ ଭବନରୁ ବାହାରି ରାଷ୍ଟ୍ରପତି ଭିଆଇପି ରୋଡ଼, ମେଡିକାଲ ଛକ , କାକୁଡିଖାଇ ଛକ ଦେଇ ଶ୍ବେତଗଙ୍ଗାରେ ପହଞ୍ଚିଥିଲେ।ସେଠାରେ ପୂଜାର୍ଚ୍ଚନା ଓ ପିଣ୍ଡଦାନ ପରେ ଏମାର ମଠ ଚକଡା ଦେଇ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ।ସେଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ , ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢୀ,ପୁଲିସ ଆଇଜି ଅରୁଣ କୁମାର ସାହୁ,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଏସପି ପ୍ରତୀକ ସିଂ ପ୍ରମୁଖ ରାଷ୍ଟ୍ରପତି ଙ୍କୁ ସ୍ବାଗତ କରିଥିଲେ।ପରେ ରାଷ୍ଟ୍ରପତି ପାଦ ପ୍ରକ୍ଷାଳନ କରି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚି ପ୍ରଣାମ କରିଥିଲେ। ସିଂହଦ୍ଵାର ଦେଇ ପତିତପାବନଙ୍କ ଦର୍ଶନ ସାରି ବାଇଶି ପାହାଚ ଟପି ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ।ଦର୍ଶନ ପରେ ଫେରିବା ପଥରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କିଛି ସମୟ ବାଇଶି ପାହାଚ ରେ ବସିଥିଲେ। ସିଂହଦ୍ୱାର ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ବେଶ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ରାଷ୍ଟ୍ରପତି ଙ୍କ ଶ୍ରୀଜୀଉ ମାନଙ୍କୁ ଦର୍ଶନ ସମୟରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,
ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ବର ମହାପାତ୍ର, ମଧୁସୂଦନ ସିଂହାରୀ,ରାମ ନାରାୟଣ ଗୋଛିକାର,କୃଷ୍ଣଚନ୍ଦ୍ର ସାମନ୍ତରା,ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ପରେ ରାଷ୍ଟ୍ରପତି ଚାଲି ଚାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ସହ ପିଲା ମାନଙ୍କୁ ଚକଲେଟ ବଣ୍ଟନ କରିଥିଲେ।ଏହାପରେ ରାଷ୍ଟ୍ରପତି ଲୋକଭବନରେ ପହଞ୍ଚି କିଛି ସମୟ ବିରତି ପରେ ହେଲିପ୍ୟାଡ ଅଭିମୁଖେ ପ୍ରସ୍ଥାନ କରିଥିଲେ।ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ମୟୂରଭଞ୍ଜ ର ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ।

Leave a Reply

Your email address will not be published. Required fields are marked *