ଚାଷୀର ସାମ୍ବିଧାନିକ ଅଧିକାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ,
ଗଣତନ୍ତ୍ରରେ ଚାଷୀର ସାମ୍ବିଧାନିକ ଅଧିକାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ,
ଅସ୍ତରଂଗ (ଏ.ପି ନ୍ୟିୁଜ) ଦୁଃଶାସନ ନାୟକ)- ସାରା ରାଜ୍ୟରେ ଧାନ କ୍ରୟ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ କ୍ରୋଧ ଓ ଅସନ୍ତୋଷ ବଢ଼ିଚାଲିଛି । ସରକାର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଧାନ କିଣା ବିକାରେ ସରକାର, ପ୍ରଶାସନ, ମିଲରମାନଙ୍କ ସଲା ସୁତୁରାରେ ବ୍ୟାପକ ହେରଫେର, ପ୍ରତି କ୍ୱିଣ୍ଟାଲରେ ୫କେଜିରୁ ୧୦ କେଜି ପର୍ଯ୍ୟନ୍ତ ବାଧ୍ୟତାମୂଳକ କଟନି ଛଟନି, ମିଲର ମନମାନିରେ ଧାନ ଉଠିବା, ଜାଣିଶୁଣି ଟୋକନ ଇସ୍ୟୁରେ ବିଳମ୍ବ, ନିର୍ଦ୍ଧାରିତ ସମୟରେ ଧାନ କ୍ରୟ କରା ନ ଯିବାରୁ ଟୋକନ ଲାପ୍ସ, ଗୋଦାମ ଘର ଅଭାବ ଯୋଗୁଁ ଧାନ କିଣାରେ ମନ୍ଥର ଲାଗି ରହିଥିବା ବେଳେ ସରକାର ଅଦ୍ୟାବଧି ଏହି ସମସ୍ୟାଟିର ସମାଧାନ ପାଇଁ ଗୁରୁତ୍ୱ ନଦେଇ ଯେଉଁ ଚାଷୀ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନକଲି ଚାଷୀ କହିବା ଗଣତନ୍ତ୍ରରେ ଏହା ଏକ ହୀନମନ୍ୟତାର ପରିଚୟ ବୋଲି କହିଛନ୍ତି ଅଖିଳ ଭାରତ କିଶାନ କଂଗ୍ରେସ୍ ର ରାଷ୍ଟ୍ରିୟ ସଂଯୋଜକ ଅମୀୟ କୁମାର ପଟ୍ଟନାୟକ । ଚଳିତବର୍ଷ ୧୫୦ କ୍ୱିଣ୍ଟାଲ ଜଣେ ଚାଷୀ ଧାନ ବିକ୍ରି କରିବେ ବୋଲି ସିଲିଂ କରାଯାଇଛି । ମୋଟ ୫ ଏକର ଜମିରୁ ଏକର ପିଚ୍ଛା ୧୯ କ୍ୱିଣ୍ଟାଲ ହିସାବରେ ଧାନ କ୍ରୟ କରାଯିବ । ଯଦି ବଡ଼ଚାଷୀଙ୍କଠାରୁ ଏହି ହିସାବରେ ୯୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଏ ସରକାର କିପରି ଚଳିତ ଥର୧୫୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ସିଲିଂ କରିଛନ୍ତି ଏହା ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି
