ବ୍ରାଉନସୁଗାର ଜବତ। ଅଭିଯୁକ୍ତ ଗିରଫ
ଚାରିଛକ( ଏ.ପି. ନ୍ୟିୁଜ) ଆଜି ନିମାପଡ଼ା ଅବକାରୀ ଇସପେକ୍ଟର ପ୍ରଭାକର ସେଠୀ ଚାରିଛକ ପୁରୁଣା ଥାନା ନିକଟରେ ବ୍ରାଉନସୁଗାର ବିକ୍ରି ହେଉଥିବା ଗୁଇନ୍ଦା ସୁତ୍ରରୁ ଖବର ପାଇ ସେଠାରେ ଚଢଉ କରିବାରେ ଦେବକୁମାର ବେହେରା (୫୩) ବ୍ରାଉନସୁଗାର ବିକ୍ରିକରୁଥିବା ସମୟରେ ଧରାପଡ଼ିଯାଇଥିଲା। ତଲାସି ନେବାରୁ ତାନିକଟରୁ ୩୭୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା। ଅବକାରୀ ପୁଲିସ ଅଭିଯୁକ୍ତ ନିକଟରୁ ଏକ ମୋବାଇଲ ଫୋନ ବ୍ରାଉନସୁଗାର ବିକ୍ରିବାବତ ୧୬ଶହ ଟଙ୍କାକୁ ଜବତ କରିଥିଲେ। ଅବକାରୀ ଥାନା କେସ ନଂ ୯୬/୨୫-୨୬ରେ ମାମଲାରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ଦେବ କୁମାରର ଘର କଟକ ଜିଲା ନିଆଳୀ ଥାନା ଅଧିନସ୍ଥ ମାଧବ ଗ୍ରାମରେ ବୋଲି ଜଣାପଡ଼ିଛି
