ନିଆଁ ଲାଗି ବାଇକ ସଂମ୍ପୂର୍ଣ୍ଣ ପୋଡ଼ିଗଲା
ବିଷ୍ଣପୁର ( ଏ.ପି ନ୍ୟିୁଜ) ସ୍ଥାନୀୟ ଗୋଲେଇ ଛକରେ ଆଜି ମଧ୍ୟାହ୍ନ ୧୨ଟାରେ ବାଇକ ସଜାଡ଼ିବାକୁ ମେକାନିକ ପାଖ କୁ ଆସିଥିବା ଏକ ବାଇକ ସଟ ସର୍କିଟ କାରଣରୁ ରାସ୍ତା ଉପରେ ସମ୍ବୂର୍ଣ୍ଣ ଜଳିଯାଇଛି। ନିମାପଡ଼ା ଆଗ୍ନିକ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ବାଇକରେ ଲାଗିଥିବା ନିଆଁକୁ ଲିଭାଇଥିଲେ, ସେତେବେଳକୁ ବାଇକଟି ଜଳି ଯାଇଥିଳା। ଜଣେ ଚାଳକ ତାଙ୍କର ଓଡ଼ି ୦୭ ଏଜେ ୧୩୧୭ ଡ଼ିସକଭର ବାଇକ ଷ୍ଟାର୍ଟ ନହେବାରୁ ଗୋଲେଇ ଛକରେଥିବା ଦୋକାନ କରିଥିବା ଏକ ମେକାନିକକୁ ବାଇକ ଦେଖାଉଥିଲେ। କୈାଣସି କାରଣରୁ ବ୍ୟାଟେରି ସର୍ଟ ସର୍କିଟ ହୋଇ ନିଆଁବାହାରିଥିଲା ବାଇକ ଚାଳକଙ୍କ ହାତକୁ ନିଆଁ ଧରିଥିଲା ବାଇକ ଚାଳକଙ୍କ ହାତରେ ପେଟ୍ରୋଲ ଲାଗିଥିଲା।ତେଣୁ ଅନାୟସରେ ସର୍ଟ ସର୍କିଟର ନିଆଁ ହାତରେ ଲାଗିଯାଇଥିଲା। ହାତରେରେ ନିଆଁ ଲାଗିଯିବାରୁ ଛାନିଆରେ ହାତକୁ ଛାଟି ଦେବାରୁ ହାତରେ ଲାଗିଥିବା ନିଆଁ ବାଇକ ଉପରେ ପଡ଼ିଥିଲା ଏବଂ ବାଇକ ରେ ନିଆଲାଗି ହୁତୁହୁତୁ ହୋଇ ଜଳିଯାଇଥିଲା
