କ୍ରୀଡା

ପଥପ୍ରାନ୍ତ ସୁବିିଧା କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ

Spread It

 

 

ନିମାପଡ଼ା ୧୪/୨(ଏପିନ୍ୟୁଜ): ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ଏନ.ଏ.ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ  ତଳଅଣ୍ଡିଆଠାରେ ପର୍ଯ୍ୟଟନ ବିଭାଗ ତରଫରୁ ନିର୍ମିତ ହେବାକୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “୮ କୋଟି ୯୪ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ନିମାପଡ଼ା ଦେଇ କୋଣାର୍କ ଯିବାଆସିବା କରୁଥିବା ପର୍ଯ୍ୟଟକଙ୍କୁ ବିଶେଷ କରି ମହିଳାମାନଙ୍କୁ ବେଶ ସହାୟକ ହେବ ।ଏଠାରେ ଇ-ଭେଇକିଲ ଚାର୍ଜିଂ ସୁବିଧା, ମାର୍ଟ ଏବଂ ଛୋଟ ଛୋଟ ଦୋକାନ ସହ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ସୁବିଧା ରହିବ ।ଭବିଷ୍ୟତରେ ଏହି ସୁବିଧା କେନ୍ଦ୍ର ନିକଟରେ ଏକ ଗେଟ୍‌ ମଧ୍ୟ ନିର୍ମାଣ କରାଯିବ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ନିମାପଡ଼ା ବିକାଶର ଭିତ୍ତିପ୍ରସ୍ତର ହେବ ।” ଏହି କାର୍ଯ୍ୟକ୍ରମରେ ତହସିଲଦାର  ମନୋଜ ପ୍ରଧାନ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଶ୍ରୀମତୀ ସସ୍ମିତା ସାହୁ, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ, ବରିଷ୍ଠ କାଉନସିଲର ଧନୁର୍ଦ୍ଧର ଦାଶ ସାସଂଦ  ପ୍ରତିନିଧି ମୀନ ଲତା ମହାନ୍ତି ସମେତ  ଅଧିକାରୀଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।  ଏହି ଅବସରରେ ଆମିନିଓି ସେଣ୍ଟର ବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ପାକିଂ ସ୍ଥାନ ଓ ପ୍ରବେଶ ପଥର ତୋରଣ   ନକ୍ସା ଉନ୍ମୋଚିତ ହୋଇଥିଲେ

Leave a Reply

Your email address will not be published. Required fields are marked *