ରାଜ୍ୟ

ଅସ୍ତରଙ୍ଗରେ ଶୈବପୀଠ ଚଳ ଚଞ୍ଚଳ

Spread It

ଅସ୍ତରଙ୍ଗ,(ଏ.ପି ନ୍ୟିୁଜ,ଦୁଶାଃସନ ନାୟକ)) ମହା ଶିବରାତ୍ରୀ ପାଳନ ପାଇଁ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଶୈବପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି l ବଙ୍ଗୋପ ସାଗର କୂଳରେ ଥିବା ଦାଳୁଅ କଣିର ଗୋମୁଖି କେଶବ, ଶ୍ରୀି ବନ୍ତପୁର ର ଘଣ୍ଟି ବେଲେଶ୍ୱର, ଟିମୋର୍ ର ନୀଳ କଣ୍ଠେଶ୍ୱର,ଓଳିହଁ ର ଐଶାନେଶ୍ୱର୍, କେଳୁଣୀ ଠାକୁରାଣୀ ଙ୍କ ନିକଟ ବଙ୍ଗୋପସାଗରପାଦ ଦେଶରେ ଥିବା ବେଲେଶ୍ୱର୍ ମନ୍ଦିର, ଗୁଡୁବଣୀ, ଅସ୍ତରଂଗ, ବାରଜଙ୍ଗା ର ମହାଦେବ ମନ୍ଦିର,ଆଦି ଦେବପୀଠ
ଗୁଡିକରେ  ଶ୍ରଦ୍ଧାଳୁମାନଙ୍କ ଗହଳି ଚହଳି ଆଜି ଦିନତମାମ ଲାଗିରଡିଛି। ଶୈବ ପୀଠ ଗୁଡ଼ିକରେ ଭଜନ କୀର୍ତ୍ତନ, ଅଷ୍ଟ ପ୍ରହରୀ ନାମ ଯଞ,ସହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିବା ବେଳେ, ଶୃଙ୍ଖଳିତ ଦର୍ଶନ ସହ ,ଭକ୍ତ ମାନେ ଜାଗର ଦୀପ ଜାଳିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମନ୍ଦିର କମିଟି ତରଫରୁ କରା ଯାଇ ଅଛି l ସେହିପରି , ଶିଧିପୂର ର ସିଦ୍ଧେଶ୍ୱର ,ଜିଉନ୍ତି ର ଈସ୍ୱରନାଥ , ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରା ଯାଇଥିବା ବେଳେ, ରାତ୍ରଏଗାର ଘଟିବା ସମୟ ରେ ମହାଦୀପ ଉଠିବ ବୋଲି ଜଣା ପଡିଛି l ଶ୍ରଦ୍ଧାଳୁମାନେ ଉଗାଗର ରହି ଜାଗର ଜାଳିବାପାଇଁ ମନ୍ଦିର ଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୈବ ପୀଠଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହେଉଛି

Leave a Reply

Your email address will not be published. Required fields are marked *