ସହିଦ ମନୋଜ ବେହେରା ଙ୍କ ୭ମ ଶ୍ରାଦ୍ଧ ଦିବସ ପାଳିତ।
ଚାରିଛକ,(ସନ୍ତୋଷ ଦାଶ) ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ପୁଲୁୱାମାଠାରେ ଆତଙ୍କବାଦୀ ମାନଙ୍କ ବିସ୍ଫୋରଣରେ ୪୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ନିଆଳି ବ୍ଲକ ରତନପୁର ଗ୍ରାମର ମନୋଜ କୁମାର ବେହେରା। ସହିଦ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଅମରେଶ୍ଵର ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ତାଙ୍କ ସହପାଠୀଙ୍କ ଦ୍ବାରା ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ଏହି ସ୍ମୃତି ସଭାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହପାଠୀ ମାନେ ଉପସ୍ଥିତ ରହି ସହିଦଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ନିକଟସ୍ଥ ରତନପୁର ଗଜାବର ଠାରେ ପରିବାର ପକ୍ଷରୁ ସହିଦଙ୍କ ବଳି ଦାନ ଦିବସ ପାଳନ ଅବସରରେ ଆତ୍ମାରାମ ବାଳାଶ୍ରମ ନୂଆଗାଁ ମଠର ଗଣେଶ ବାବା ଓ ସଦସ୍ୟମାନେ ପହଞ୍ଚି ସହିଦ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନାମ ସଂକୀର୍ତ୍ତନ ଓ ଗୀତାପାଠ କରିଥିଲେ । ସହିଦ ପୁଅର କଥାକୁ ମନେ ପକାଇ ବୃଦ୍ଧ ପିତାମାତା ଓ ପରିବାରବର୍ଗଙ୍କ ଆଖିରୁ ଏବେ ବି ଲୁହ ଝରୁଛି। କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହିଦ ମନୋଜ କୁମାର ବେହେରା ଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରଯାଇଥିଲା । ସ୍ଥାନୀୟ ଅଗ୍ରଣୀ ସଂଗଠନ ଭଗବାନ ସାହୁ ଚାରି ଟେବୁଲ ଟ୍ରଷ୍ଟ, ରୁ ପ୍ରଫୁଲ୍ଲ କୁମାର ସାହୁ, ଚାରିଛକ ପ୍ରେସ କ୍ଲବ୍ ରୁ ସାମ୍ବାଦିକ ବସନ୍ତ କୁମାର ମଲ୍ଲ, , ପ୍ରଶାନ୍ତ କୁମାର ସାହୁ, ସଭାପତି ପ୍ରଫୁଲ୍ଲ କୁମାର କର, ନିରାଶ୍ରୟ ସେବାଶ୍ରମ ସ୍ବେଛାସେବୀ ସଂଗଠନ ର ସଦସ୍ୟମାନେ ସହିଦ ମନୋଜ ଙ୍କ ଗାଁ ଶ୍ମଶାନ ଠାରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କ ସ୍ମୃତିଚାରଣ କରିଥିଲେ ।
