ପ୍ରାଚୀ ପରିକ୍ରମା ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ତୋଷ ଦାଶ ସମ୍ୱର୍ଦ୍ଧିତ।
ଚାରିଛକ (ଏ.ପି ନ୍ୟିୁଜ)(ସନ୍ତୋଷ ଦାଶ) ପୁଣ୍ୟତୋୟା ପ୍ରାଚୀ ନଦୀ କୁ ସୁନାବ୍ୟା କରିବାକୁ ଓ ପ୍ରାଚୀ ଉପତ୍ୟକାରେ ଥିବା ପୁରାତନ ମଠ, ମନ୍ଦିର, କୀର୍ତ୍ତିରାଜି,ଐତିହ୍ୟ ସବୁ ର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବାକୁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ଗତ ୧୫ ବର୍ଷ ଧରି ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜା ଙ୍କ ମାର୍ଗ ଦର୍ଶନ ରେ ପ୍ରାଚୀ ପରିକ୍ରମା ଟ୍ରଷ୍ଟ ପକ୍ଷରୁ ଏକ ସପ୍ତାହ ବ୍ୟାପି ପ୍ରାଚୀ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବାର୍ଷିକ ପ୍ରାଚୀ ନଦୀ ପରିକ୍ରମା ଶୁକ୍ରବାର ଦିନ ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ମନ୍ଦିର ଠାରେ ଉଦଯାପିତ ହୋଇଥିଲା। ଏହି ଉଦ ଯାପନ ଦିବସ ରେ ଅନ୍ତଃରାଷ୍ଟ୍ରୀୟ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ , ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ର ମହନ୍ତ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ସ୍ଵାମୀ ଆଖଣ୍ଡାନନ୍ଦଜୀ, ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ ପଣ୍ତିତ ଚିତ୍ତ ରଞ୍ଜନ ମିଶ୍ର ପ୍ରମୁଖ ପ୍ରାଚୀ ସରସ୍ୱତୀ ଙ୍କୁ ପୂଜାର୍ଚ୍ଚନା କରିବା ସହିତ ପ୍ରାଚୀ ସରସ୍ୱତୀ ଙ୍କୁ ଆଳତୀ କରିଥିଲେ। ଏହି ଅବସର ରେ ବରିଷ୍ଠ ସାମ୍ୱାଦିକ / ସ୍ତମ୍ଭକାର ସନ୍ତୋଷ ଦାଶ ଙ୍କୁ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ସ୍ୱହସ୍ତ ରେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସାମ୍ବାଦିକ ଶ୍ରୀ ଦାଶ ପ୍ରାଚୀ ନଦୀ ର ଐତିହ୍ୟ, ମାହାତ୍ମ୍ୟ, ବିଭିନ୍ନ ଦେବ ଦେବୀ ଙ୍କ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର, ପ୍ରବନ୍ଧ ମାନ ପ୍ରକାଶ କରିବା ସହିତ ପ୍ରାଚୀ ପରିକ୍ରମା କାର୍ଯ୍ୟକ୍ରମ ସମ୍ପର୍କ ରେ ପ୍ରତିବର୍ଷ ଖବର ପ୍ରକାଶ କରି ଜନ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରି ଆସୁଥିବାରୁ ପ୍ରାଚୀ ପରିକ୍ରମା ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
