ରାଜ୍ୟ

ବିଜେଡ଼ିର ନିମାପଡ଼ା ବ୍ଲକ ଏବଂ ନଗର ସଭାପତି ନିଯୁକ୍ତି

Spread It

  ନିମାପଡ଼ା,(ଏ.ପି ନ୍ୟିୁଜ) ବିଜେଡ଼ିର  ପୁରୀ ଜିଲାର ସମସ୍ତ ବ୍ଲକ ଏନ.ଏ.ସିର ସଭାପତିଙ୍କ ନାମ ପ୍ରକାଶ ପାଇଛି।  ଏହି କ୍ରମରେ  ନିମାପଡ଼ା ବ୍ଲକ ନୂତନ ସଭାପତିଭାବେ ପୂର୍ବତନ ସରପଞ୍ଚ ତଥା  ସଙ୍ଗଠକ ଭାଗ୍ୟଧର ଖଟେଇ ଏବଂ ନଗର ନୂତନ ସଭାପତି  ବରିଷ୍ଠନେତା ତଥା କାଉନସିଲର ଧନୁର୍ଦ୍ଧର ଦାସଙ୍କ ନାମ  ବିଜେଡ଼ି ସୁପ୍ରିମୋ  ନବୀନ ପଟ୍ଟନାୟକ  ନିଯୁକ୍ତି ଦେଇଛନ୍ତି। ବିଜେଡ଼ିର  ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ରଙ୍କ ଦସ୍ତଖତରେ ଶଙ୍ଖଭବନରୁ ପ୍ରକାଶିତ  ନିର୍ଦ୍ଦେଶନାମାରେ  ଜାରିହୋଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ମିଳିଥିବା ସୁଚନାରୁ ପ୍ରକାଶ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ବ ସୁବ୍ରତ ଛାଟୋଇଙ୍କୁ ବିଜେଡ଼ିର ଦାୟିତ୍ବ ଦିଆଯିବାପରେ ତାଙ୍କ ସମର୍ଥକମାନଙ୍କୁ ଦଳରେ ଦାୟିତ୍ବ  ଦେଉଥିବା ଅଭିଯୋଗ ହୋଉଛି। ଗତ ୨୦୨୪ ନିର୍ବାଚନ ବିଜେଡ଼ିରୁ ନିମାପଡ଼ାର ପ୍ରାର୍ଥୀ ହୋଇ ଦିଲିପ ନାୟକ ପରାଜିତ ହୋଇଥିଲେ।କିନ୍ତୁ ତାଙ୍କର ସମର୍ଥକ ଗୋଷ୍ଠୀର  କୈାଣସି ଆଗଧାଡ଼ିର କର୍ମୀଙ୍କୁ ବ୍ଲକ ଏବଂ ଏନ.ଏ.ସି ର ପଦପଦବୀ ଦିଆଯାଇନଥିବାରୁ ଦଳ ଭିତରେ ଅସନ୍ତୋ‌େଷ  ଦେଖାଦେଇଛି। 

Leave a Reply

Your email address will not be published. Required fields are marked *