ରାଜ୍ୟ

ନିମାପଡ଼ାରେ ବାଲି ମାଫିଆ ସକ୍ରିୟ। ନୂଆ ବସଷ୍ଟାଣ୍ଡ ଅଞ୍ଚଳ ପାଲଟିଛି ମାଫିଆଙ୍କ ଆଡ଼ାସ୍ଥଳି

Spread It

 ନିମାପଡ଼ା,(ଏ.ପି.ନ୍ୟିୁଜ) ନିମାପଡ଼ାରେ ବାଲି ଓ ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ମାଫିଆମାନେ  ସକ୍ରିୟ ହୋଇପଡ଼ିଛି। ରାତି ୮ଟାପରେ ଶହ ଶହ ସଂଖ୍ୟରେ  ହାଇୱା ରେ ଲଘୁ ଖଣିଜ ପଦାର୍ଥ ଓ ବାଲି ‌ଅନୁମତି ନଥାଇ  ବେଆଇନଭାବେ ପରିବହନ କରୁଛନ୍ତି। ସରକାର ଚେରାକାରବାର ଓ ବେଆଇନ ପରିବହନ କାରଣରୁ ଅତିକମରେ ମାସକୁ ଦୁଇ କୋଟି ଟଙ୍କାର ରାଜସ୍ବ ହରାଉଥିବା ଆକଳନ କରାଯାଇଛି।   ଏନଫୋର୍ସ ମେଣ୍ଟ ନଜର ଆଢୁଆଳରେ  ରହିବା ପାଇଁ  ମାସିକିଆ ଅର୍ଥ ବ୍ୟବସ୍ଥା କରାଯାଇ ରୋରା ପରିବହନକୁ ନୀତି କରିଦିଆଯାଇଛି।  କିଛି ଗଣମାଧ୍ୟମ ର ପ୍ରତିନିଧି ଏହି ମାଫିଆମାନଙ୍କ ଜାଲରେ ପଡ଼ିଛନ୍ତି। ମାଫିଆମାନେ  ରାତିହେଲେ ସକ୍ରିୟ ହୋଇ ପଡ଼ୁଛନ୍ତି। ରାତିରୁ ଭୋର ପର୍ଯ୍ୟନ୍ତ ହାଇୱା ଏବଂ ଟ୍ରାକ୍ଟରରେ ବାଲିମାଟି ବେଧଡ଼କ ଭାବେ ପରିବହନ କରୁଥିବା ପ୍ରକାଶ ପାଇଛି। ଏନଫୋର୍ସମେଣ୍ଟ ବିଭାଗ  ମାସକୁ ଥରେ ଦୁଇଥର ରାସ୍ତାରେ ଚଢଉକରି ଗୋଟିଏ ଦୁଇଟି ହାଇୱା ଓ ଟ୍ରାକ୍ଟରକୁ ଜବତକରି  କିଛି ଜରିମନା ଆଦାୟ  କରି  କାର୍ଯ୍ୟ ଶେଷ କରିଦେଉଛନ୍ତି।  ନୂଆ ବସଷ୍ଟାଣ୍ଡ ଅଞ୍ଚଳ ମାଫିଆଙ୍କ କେନ୍ଦ୍ର ପାଲଟିଛି।  ଲଘୁ ଖଣିଜ ପଦାର୍ଥ  ବିଭାଗ ଡ଼୍ରୋନଦ୍ବାରା ସର୍ଭେ କରି କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜିବୀ ମହଲରେ ଦାବୀ କରାଯାଇଛି ।ନିମାପଡ଼ା ବାଲି ମାଫିଆ ନେତାଙ୍କ ଗତ ୫ବର୍ଷର ଆୟର ହିସାବ ଆୟକର ବିଭାଗ ଦ୍ବାରା  ତର୍ଜମା  କରିବାକୁ ସାଧାରଣରେ ଦାବୀ ହେଉଛି।  

Leave a Reply

Your email address will not be published. Required fields are marked *