ରାଜ୍ୟ

ସମ୍ବାଦିକ ନୀଳମଣି ସାହୁଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳନ

Spread It

 

 ଜଗତସିଂହପୁର(ଏ.ପି ନ୍ୟିୁଜ) ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନୀଳମଣି ସାହୁଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ  ଜଗତସିଂପୁର ଜିଲା ଉତ୍ତରାଶାସନ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଠାରେ ପାଳିତ ହୋଇଯାଇଛି। ସ୍ବର୍ଗତ ନୀଳମଣି ବାବୁ ଦୈନିକ ପ୍ରଜାତନ୍ତ୍ର ସମ୍ବାଦିକତା ଆରମ୍ଭକରି ଦୂରଦର୍ଶନରେ ବାର୍ତ୍ତା ସଂପାଦକ ଭାବେ କାର୍ଯ୍ୟ ତୁଲାଇ ଦକ୍ଷତାର ପରିଚୟ ଦେଇଥିଲେବୋଲି ଶ୍ରାଦ୍ଧୋତ୍ସବରେ ଯୋଗଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। କବି ପୀତାମ୍ବର ମହାପାତ୍ରଙ୍କ ସଂଞ୍ଚାଳନାରେ ଓ ଆଡ଼ଭୋକେଟ  ଡ଼. ବୀରନାରାୟଣ ପାତ୍ରଙ୍କ ପୈାରହିତ୍ବରେ ଅନୁଷ୍ଠିତ ସଭାରେ  ଧ୍ୟାନକୁଦ ପୀଠାଧିଶ ବାବା ଅରକ୍ଷିତ ଦାସମହାରାଜ,  ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନାରାୟଣ ଜେନା, ସାମ୍ବାଦିକ ସଂଘର ରାଜ୍ୟ ସଭାପତି କାହ୍ନୁଚରଣ ନନ୍ଦ, ସଂପାଦକ ଆାଶୁତୋଷ ବେହେରା, ଭୁବନେଶ୍ବର କଳିଙ୍ଗ ପେଷାଦାର ସମ୍ବାଦିକ ସଂଘର କାର୍ଯକାରୀ ସଭାପତି ପରମେଶ୍ବର ଦାସ, ବିନାୟକ ମିଶ୍ର, ଦୀପକ ମହାପାତ୍ର, ଭାରତୀୟ ସାମ୍ବାଦିକସଂଘର ରାଷ୍ଟ୍ରି୍ର ଅଧ୍ୟକ୍ଷ ବିମଳକୃଷ୍ଣ ଥମ୍ବ ପ୍ରମୁଖଙ୍କ ସହ କଟକ ଓ ଭୁବନେଶ୍ବର , ଜଗତସିଂପୁର ଜିଲାର ବହୁ ବିରିଷ୍ଠ  ସାମ୍ବାଦିକମାନେ    ଯୋଗଦେଇ  ନୀଳମଣି ବାବୁଙ୍କ  ସ୍ମତି ଚାରଣ କରିଥିଲେ ଏହି ଅବସରରେ ଉଜ୍ବଳମଣି  ତୁମେହିଁ ନୀଳମଣି ପୁସ୍ତକକୁ  ଅତିଥିମାନେ ଲୋକାର୍ପଣ କରିଥିଲେ।  ଅଶ୍ବନି କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *