ରାଜ୍ୟ

ଜିଏସଆଇ ବୈଜ୍ଞାନିକଙ୍କ ଦୂର୍ଗା ମାଧବ ମନ୍ଦିର ପରିଦର୍ଶନ।

Spread It

 

ଚାରିଛକ,(ଏପି ନିୟୁଜ(ସନ୍ତୋଷ ଦାଶ)  ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ (ଜିଏସଆଇ) ର ସେବା ନିବୃତ ବୈଜ୍ଞାନିକଙ୍କ ସଂସ୍ଥା ଓ ଓଡିଶା ଭୂ ବିଜ୍ଞାନ ପ୍ରତିଷ୍ଠାନ ର ବୈଜ୍ଞାନିକ ମାନେ ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ ଦୂର୍ଗା ମାଧବ ମନ୍ଦିର ପରିଦର୍ଶନ କରିବା ସହ ଏହାର ନିର୍ମାଣରେ ବ୍ୟବହୃତ ଶିଳାକୁ ଅଧ୍ୟୟନ କରିଥିଲେ। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ପ୍ରସିଦ୍ଧ ମନ୍ଦିର ପ୍ରାଚୀ ସଭ୍ୟତାର ମୁକସାକ୍ଷୀ। ଜିଏସଆଇ ର ପୂର୍ବତନ ମହା ନିର୍ଦ୍ଦେଶକ ଶିଶିର ଚନ୍ଦ୍ର ରଥଙ୍କ ମତରେ ଭୁବନେଶ୍ଵର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ପ୍ରସ୍ତର ଖଣ୍ଡ ପ୍ରାଚୀ ନଦୀ ଦେଇ ଅଣାଯାଇ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ପ୍ରସ୍ତର ସବୁର ବୟସ ୧୬୫ ନିୟୁତ ବର୍ଷ ପ୍ରାଚୀନ ଅଟେ । ଏହି ପରିଦର୍ଶନରେ ଯାଦବାନନ୍ଦ ଦାସ, ଡକ୍ଟର ବିଜୟ କୁମାର ସାହୁ, ବିଜୟ କେତନ ମିଶ୍ରଙ୍କ ସହିତ ୩୦ ଜଣିଆ ବୈଜ୍ଞାନିକ ଦଳ ଆସିଥିବାବେଳେ ସ୍ତମ୍ଭକାର ପୀତାମ୍ବର ରାଉତ, କୃଷ୍ଣଚନ୍ଦ୍ର ପୁଷ୍ପାଳକ ଓ ଭାସ୍କର ଚନ୍ଦ୍ର ପୁଷ୍ପାଳକ ସେମାନଙ୍କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *