ରାଜ୍ୟ

ଉ.ପ୍ରା ସ୍କୁଲର ସହକାରୀ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Spread It

 ନିମାପଡ଼ା(ଏ.ପି ନିୟୁଜ)  ନିମାପଡ଼ା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଦହିଜଙ୍ଗ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟା ସହକାରୀ ଶିକ୍ଷୟିତ୍ରୀ  ବିଜୟା ନଳିନୀ ଦେଇଙ୍କୁ ଆଜି  ଦହିଜଙ୍ଗ ସ୍କୁଲ ପକ୍ଷରୁ ଉତ୍ସବ ଆୟୋଜନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସଂଘ ଉପଦେଷ୍ଟା ଗଙ୍ଗାଧର ପତିଙ୍କ ସଭାପତିରେ ଅନୁଷ୍ଠିତ ସମାରୋହରେ ପ୍ରାକ୍ତନ ସହ ଶିକ୍ଷା ମଣ୍ଡଳ ଅଧିକାରୀ ସରୋଜିନୀ ମିଶ୍ର,   ଶିକ୍ଷାବିତ ମହାଦେବ ମିଶ୍ର,ପ୍ରାକ୍ତନ ସହମଣ୍ଡଳ ଅଧିକାରୀ ସୀମାନ୍ତ କୁମାର ରଥ, ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଟା ତିଲୋତ୍ତମା ଦାଶ,  ଶିକ୍ଷାବିତ ରାଜେନ୍ଦ୍ର କୁମାର ବିଶ୍ବାଳ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କଲ୍ୟାଣ କୁମାର ସ୍ବାଇଁ, ନାଗବସ୍ତ କ୍ଲଷ୍ଟର ସଂଯୋଜକ ଜାନକୀ ଲତା ମୁଦୁଲି ସ୍କୁଲ ଶିକ୍ଷକ ନକୂଳ  ମହାରଣା ‌ପ୍ରମୁଖ ଯୋଗଦେଇ ଅବସର ନେଉଥିବା ଗୁରୁମା  ବିଜୟା ନଳିନିଙ୍କ ବହୁମୁଖି  ପ୍ରତିଭା ଉପରେ ଆଲୋଚନା କରିଥିଲେ। ବିଶେଷ ଅତିଥିଭାବେ ଦୁଇ ଜଣ ବିଚରପତି ସତ୍ୟନାରାୟଣ ଦାଶ ଓ ସ୍ଥିତିପ୍ରଜ୍ଞାଅମୃତା ତନୟ‌ା ଯୋଗଦେଇଥିଲେ। ଦହିଜଙ୍ଗ ଉପ୍ରା ସ୍କୁଳର ପ୍ରଧାନଶିକ୍ଷୟିତ୍ରୀ କନକଳତା ସାହୁ ଧନ୍ୟବାଦ ଦେଇଥିଲେ।  ସ୍କୁଲ ଛାତ୍ର ଛାତ୍ରୀମାନେ ଅବସର  ସଭାପରେ   ଗୁରୁମାଙ୍କୁ ବିଦାୟ କାଳୀନ  ଶୋଭାଯାତ୍ରା କରି ପ୍ରିୟ ଗୁରୁମାଙ୍କୁ ଘର ପର୍ଯ୍ୟନ୍ତ ନେଇଥିଲେ ।                       

Leave a Reply

Your email address will not be published. Required fields are marked *