ବଳଙ୍ଗା- ନିମାପଡ଼ା ରାସ୍ତା ନବୀକରଣ କାମ ପିକ୍ୟୁସିରେ ଠିକାନେଇ କରୁଛନ୍ତି ମାନ୍ୟୁଆଲରେ
ନିମାପଡ଼ା,(ଏ.ପି ନିୟୁଜ) ନିମାପଡ଼ା ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିନରେ ଥିବା ବଳଙ୍ଗା – ନିମାପଡ଼ା ୧୪ କି.ମି.୧୫୦ ମିଟରରାସ୍ତା କାମ ଠିକାସଂସ୍ଥା ମନଇଛାରେ କୁଥିବା ଜଣାଯାଏ । ଆଜି ଅପରାହ୍ନରେ ପୁରୀ ଜିଲା ଠିକାଦାର ସଂଘ ଏବଂ ନିମାପଡ଼ା,କାକଟପୁର ସଂଘ ମିଳିତ ହୋଇ ପ୍ରତିବାଦ କରିଛନ୍ତି। ଏହି ରାସ୍ତା ରାଜ୍ୟସରକାରଙ୍କ ନିଜସ୍ବ ଯୋଜନାରୁ ୩୬ କୋଟି ,୯୫ ଲକ୍ଷ ଟଙ୍କାର ଏହି ରାସ୍ତା ଉନ୍ନତି କରଣ କରିବାପାଇଁ ଅନୁଦାନ ଦେଇଥିଲେ। ବଳଭଦ୍ର କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ବଳଙ୍ଗା- ନିମାପଡ଼ା ୧୪ କିମି ୧୫୦ ମି ୫ରାସ୍ତାକୁ ପିକ୍ୟୁସି (ଫେଭମେଣ୍ଯ କ୍ୟାଲିଟି କଙ୍କ୍ରିଟ )ରେ ରାସ୍ତାକାମ କରିବାକୁ ଠିକା ନେଇଛି। (ଫେଭମେଣ୍ଯ କ୍ୟାଲିଟି କଙ୍କ୍ରିଟ )ରେ ରାସ୍ତାକାମ କରିବାକୁ ଠିକା ନେଇଥିବା ପୂର୍ତ୍ତ ବିଭାଗ ସହ ଚୁକ୍ତି କରିଥିବା ଉଲେଖ ରହିଛି । କିନ୍ତୁ ଠିକାନେଇଥିବା ବଳଭଦ୍ର କନଷ୍ଟ୍ରକସନ ପିକ୍ୟୁସି ରେ ରାସ୍ତାକାମ ନକରି ହାତମେସିନ ଏବଂ ରେଡ଼ିମିକ୍ସରେ ରାସ୍ତାକାମ କରୁଥିବା ଦେଖିବାକୁ ମିଳିଛି। ରାସ୍ତାର ସ୍ଥାୟିତ୍ବନେଇ ପୁରୀ ଜିଲା ଠିକାଦାର ସଂଘ ପ୍ରଶ୍ନ କରିଛି। ଏହାସହିତ ରାସ୍ତାର ଓସାର ୫,୫୦ ମିଟର ଭୂମିରୁ ୩ମିଟର ଉଚ୍ଚର ଢେଳେଇ ପକାଇବା ପାଇଁ ଚୁକ୍ତିପତ୍ରରେ ଉଲେଖ ଅଛି। ରାସ୍ତାକାମ ତଦାରଖ କରୁଥିବା ପୁର୍ତ୍ତ ଯନ୍ତ୍ରୀମାନେ କାମର ମାନ ଠିକ ନାହିଁ କହିଲେ ଠିକାସଂସ୍ଥା ତାମନମାନିରେ କାମ ଚଳାଇଛି ବୋଲି ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଏହି ନିମାପଡ଼ା- ବଳଙ୍ଗା ରାସ୍ତା କାମର ଟେଣ୍ଡର ୩୬ କୋଟି ଟଙ୍କାର ହୋଇଥିବାରୁ ୬ଟି ଠିକା ସଂସ୍ଥା କାମ ନେବା ପାଇଁ ଆବେଦନ କରିଥିଲେ। କିନ୍ତୁ ପୁର୍ତ୍ତ ବିଭାଗ ୫ଟି ଠିକା ସଂସ୍ଥା ପାଖରେ ପିକ୍ୟୁସି ନଥିବା ଦର୍ଶାଇ ଟେଣ୍ଡରକୁ ନାକଚ କରି ବଳଭଦ୍ର କନଷ୍ଟ୍ରକସନ ଠିକା ଦେଇଥିଲେ। କିନ୍ତୁ ଠିକାନେଇଥିବା ସଂସ୍ଥା ପୁରୁଣା ଢାଞ୍ଚାରେ ମାନୁଆଲି ରାସ୍ତା କାମକରୁଛି। ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ନିତି ନିବାରଣ ବିଭାଗ ଦ୍ବାରା ତଦନ୍ତକରକରାଗଲେ କେଉଁ ଉଚ୍ଚ ଅଧିକାରୀ ସୁପାରିଶରେ ଠିକା ସଂସ୍ଥା କାମ କରୁଛି ଠିକାଦାର ସଂଘ ସମ୍ବାଦିକ ସମ୍ମିଳନୀରେ କହିଛି। ଏହି ଆନ୍ଦୋଳନରେ ପୁରୀ ଜିଲା ଠିକାଦାର ସଂଘ ଉପସଭାପତି ହୈମନ୍ଦନ ଚକ୍ରବର୍ତ୍ତି(ନିଲୁ) ରାଜ୍ୟ କୋର କମଟି ସଭ୍ୟ ସୁବାଷ ମହାନ୍ତି, ନିମାପଡ଼ା ସଂଗଠନ ସଭାପତି ବିଶ୍ବଜିତ କାନୁନଗୋ, ଜ୍ୟୋତିରଞନ ମହାନ୍ତି, କାକଟପୁର ସଂଘ ସଭାପତି ଚକ୍ରଧର ସ୍ବାଇଁ, ଓ ସଂପାଦକ ଦିଲିପ ଜେନା, ପ୍ରଭାତ ମହାପାତ୍ର, ରଞନ ସେନାପତି, ପ୍ରଶାନ୍ତ ପରିଡ଼ା, ରଞନ ସେନାପତି, କ୍ଷତିଶ ପ୍ରସାଦ ମହାନ୍ତି , ତୃପ୍ତି ରଞନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
