ଅସ୍ତରଙ୍ଗ ରେ ବିଜୁ ବାବୁଙ୍କ ୧୧୦ ତମ ଜୟନ୍ତୀ ପାଳିତ ।
ଅସ୍ତରଙ୍ଗ,(ଦୁଶାଃସନ ନାୟକ, ଏ.ପି ନିୟୁଜ) ପ୍ରବାଦ ପୁରୁଷ ତଥା କଳିଙ୍ଗ ର ବର ପୁତ୍ର ବିଜୁ ପଟ୍ଟନାୟକଙ୍କ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅସ୍ତରଙ୍ଗ ଠାରେ ପାଳିତ ହୋଇ ହାଇ ଅଛି । ଏହି ଉପଲକ୍ଷ କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ତରଫରୁ ଅସ୍ତରଙ୍ଗ ପିର ଜାହାନିଆଁ ବେଳାଭୂମି ନିକଟରେ ଗୁରୁବାର ସନ୍ଧ୍ୟା ରେ ଜନ ସଭାର ଆୟୋଜନ କରା ଯାଇଥିଲା । ଏହି ଜନ ସଭାରେ ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳର ସଭାପତି ପଞ୍ଚାନନ ସ୍ୱାଇଁ,ଅଧ୍ୟକ୍ଷତା କରିଥିବା ବେଳେ,ଅତିଥି ଭାବେ ଥିଲେ,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାରନାୟକ ପ୍ରମୁଖ । ପ୍ରାରମ୍ଭରେ,ଅତିଥି ଗଣ ବିଜୁବାବୁଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଯୋଳନ କରି ସାରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାୟକ ତୁଷାରକାନ୍ତି ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ,ପ୍ରମୁଖ ବିଜୁବାବୁ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବାବେଳେ, ଯେଉଁ ଯେଉଁସବୁ କାର୍ଯ୍ୟଗୁଡ଼ିକ କରି ଯାଇଛନ୍ତି, ଜନ ସଭାରେ ଆଲୋକପାତକରିଥିଲେ ଓ ଇଣ୍ଡୋନେସିଆ ର ଭୂମିପୁତ୍ର ପଦବୀ ମିଳିବା ସହ,ରାଜା ସୁକର୍ଣା ଙ୍କୁ କିପରି, ଛାତ ଉପରୁ ଉଡାଜାହାଜ ଦ୍ବାରା ଉଠାଇ ଆଣି ଥିଲେ ସେ ସମ୍ବଧରେ ଅତିଥିମାନେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ୱାଇଁ, ସରପଞ୍ଚ କ୍ଷୀରୋଦ କାଣ୍ତୀ, ଯଶୋବନ୍ତ ବେହେରା ଓ ବୁଲା ନାୟକ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଆରତୀ କାଣ୍ଡି, ରାମଚନ୍ଦ୍ର ନାୟକ,ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବେହେରା ଓ ପ୍ରଫୁଲ୍ଲ ବିଶ୍ଵାଳ,ପୁରନ୍ଦର ବିଶ୍ଵାଳ,ଯୁବନେତା ଚମ୍ପକ ବାରିକ,ପ୍ରମୁଖ ଭାଷଣ ଦେଇ ବିଜୁ ବାବୁଙ୍କ ଆତ୍ମ ଜୀବନୀ ଉପରେ ପର୍ଯ୍ୟବେଶିତ ତଥ୍ୟ ପ୍ରଦାନ କରିବାବେଳେ,ତାଙ୍କ ନାମରେ ନାମିତ ବିଜୁ ଜନତା ଦଳ ର ସଂଗଠନ କୁ ମଜଭୁତ କରିବା ପାଇଁ ଆହ୍ଵାନ ଦେଇଥିଲେ ।
