ରାଜ୍ୟ

ଗୋଲେଇ ଛକରୁ ଜବର ଦଖଲ ଉଛେଦ ଅଭିଯାନ

Spread It

ନିମାପଡ଼ା,(ଏ.ପି ନିୟୁଜ) ସ୍ଥାନୀୟ ଗୋଲେଇ ଛକରେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷ ମାନେ ବ୍ରବସାୟ କରୁଥିବ ଏବଂ ଏହି ଛକରେ  ପ୍ରତ୍ୟେହ ଟ୍ରାଫିକ ସମାସ୍ୟା ଦେଖାଦେବାରୁ  ଆଜି ନିମାପଡ଼ା ତହସିଲାଦାର ଜବଦଖଳ କାରୀ ମାନଙ୍କ ଦୋକାନ ଘରକୁ ଜେସିବି ଲଗାଇ ଭାଙ୍ଗିଦେଇ ଜବର ଦଖଲ ମୁକ୍ତ କରିଛନ୍ତି।  ଗୋଲେଇ ଛକ ଭୁବନେଶ୍ବର କୋଣାର୍କ , କାକଟପୁର  ଭୁବନେଶ୍ବର ର ପାହାଳ ଭାୟା ବାଲିଅନ୍ତା  ରାସ୍ତାକୁ ସଂଯୋଗ କରୁଛି। ପ୍ରତ୍ୟେହ ଶହଶହ ପର୍ଯ୍ୟଟକ ଓ ସାଧାରଣ ଜନତା  ଏହି ରାସ୍ତାରେ ଯାତାୟତ କରିଥାନ୍ତି। ଗୋଲେଇ ଛକ ସ୍ବାର୍ଣ୍ଣ ତ୍ରିଭୁଜର ଏକ ବାହୁ ଉପରେ ଅବସ୍ଥିତ ଅଟେ ।  ବେକାର  ଯୁବକମାନେ ରାସ୍ତାକଡ଼ରେ କ୍ୟାବିନ ପକାଇ ଚା ପାନଆଦି  ବ୍ୟବସାୟ କରି ପରିବାର ଚଳାଉଥିଳେ। ରାସ୍ତା ଅବରୋଧ ର ଅଭିଯୋଗ ହେବାରୁ  ତହସିଲାଦାର ଆଜି  ଜବରଦଖଲକାରୀଙ୍କୁ ହଟାଇ  ରାସ୍ତାକୁ   ଯାନବାହାନ ଚଳାଚଳପାଇଁ ମୁକ୍ତ କରିଛନ୍ତି ।  ଉଛେଦ ହୋଇଥିବା ଦୋକାନୀମାନେ ‌ରୋଜଗାର ହରାଇ ବେକାର ହୋଇଥିବାରୁ ସେମାନେ ପରିବାର ଚଳାଇବା ଚିନ୍ତାରେ ଅଛନ୍ତି।

Leave a Reply

Your email address will not be published. Required fields are marked *