ରାଜ୍ୟ

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୭ ଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ 

Spread It

 

ପୁରୀ (ଏ.ପି ନିୟୁଜ) ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ୫ ଟି ଜିଲ୍ଲା ର ୭୦୩ ଜଣ ଶ୍ରଦ୍ଧାଳୁ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।କେନ୍ଦ୍ରାପଡା, ନୟାଗଡ଼, ଯାଜପୁର, ଗଜପତି ଓ ଅନୁଗୁଳ ଜିଲ୍ଲା ରୁ ଏହି ଶ୍ରଦ୍ଧାଳୁ ମାନେ ଆସିଥିଲେ।
ପର୍ଯ୍ୟଟନ ବିଭାଗ ସହାୟତା ଓ ଜିଲ୍ଲା ପ୍ରଶାସନ ର ସହଯୋଗରେ ଶ୍ରୀଜଗନ୍ନାଥ ଯୋଜନା ରେ ଆସିଥିବା ଶ୍ରଦ୍ଧାଳୁ ମାନେ ବୃନ୍ଦାବତୀ ନିବାସ ଠାରେ ପହଞ୍ଚି ଥିଲେ।ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓଏସଆରଟିସିର ମ୍ୟାନେଜର ରଶ୍ମି ସାହୁ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଦେବସ୍ମିତା ମହାନ୍ତି, ରୂପେଶ ରାଉତ ପ୍ରମୁଖ ବୃନ୍ଦାବତୀ ନିବାସରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ ର ବ୍ୟବସ୍ଥା କରାଇଥିଲେ। ଶ୍ରଦ୍ଧାଳୁମାନେ ପହଁଞ୍ଚିବା ପରେ ସେମାନ ଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା।ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରସାଦ ସେବନ କରାଯାଇଥିଲା।

Leave a Reply

Your email address will not be published. Required fields are marked *