ରାଜ୍ୟ

ସୁଭଦ୍ରା ମାଙ୍କ ଆତ୍ମ ବିଶ୍ବାସସ ପରିଶ୍ରମ ଦ୍ବାରା ବିକମଶିତ ଓଡ଼ିଶା ଗଠନ ହେବ

Spread It

 ପୁରୀ (ଏ.ପି ନିୟୁଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା  ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି | ଏହି ଅବସରରେ  ପୁରୀ ଠାରେ  ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଚତୁର୍ଥ ପର୍ଯ୍ୟାୟରେ ୧,୨,୧୨,୬୬୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫000  ଟଙ୍କା ଲେଖାଏଁ  ସହାୟତା ରାଶି ପ୍ରଦାନ କରିଛନ୍ତି | ସମୁଦାୟ ୫୧0୬ କୋଟି ୩୩ ଲକ୍ଷ ୨୫ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି | ଏଥିରେ ପୁରୀ ଜିଲ୍ଲାର ୪,୨୦,୮୫୪ ଜଣ ହିତାଧିକାରୀ ଅଛନ୍ତି | ଭଉଣୀ ମାନଙ୍କୁ  ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ  ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛି | ସେ ପୁଣି  କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ସର୍ଭେ ରିପୋର୍ଟ ଅନୁଯାୟୀ ୨୫.୫୨ ପ୍ରତିଶତ ହିତାଧିକାରୀ  ସୁଭଦ୍ରା ସହାୟତାକୁ ବ୍ୟବସାୟ ଆରମ୍ଭ ପାଇଁ ବ୍ୟବହାର କରିଥିବା ବେଳେ ୩୫.୭ ପ୍ରତିଶତ ମହିଳା ଘରୋଇ ଆବଶ୍ୟକତା ପୂରଣରେ ବ୍ୟବହାର କରିଛନ୍ତି। ଏହା ସହିତ ଅନେକ ମହିଳା ଋଣ ପରିଶୋଧ, ସଞ୍ଚୟ ଓ ଦକ୍ଷତା ବୃଦ୍ଧିରେ ମଧ୍ୟ ଏହି ଅର୍ଥ ବ୍ୟବହାର କରି ପରିବାର ମଧ୍ୟରେ ସ୍ୱୀକୃତି ଓ ସମ୍ମାନ ହାସଲ କରିଛନ୍ତି |ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ । ସମୃଦ୍ଧ ଓଡିଶା ଓ ବିକଶିତ ଗଠନ ହେବ   ମହିଳାମାନଙ୍କ ନେତୃତ୍ୱରେ |  ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର  ଦିଦି’ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟ ରହିଛି  |ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ପ୍ରକାଶ ମିଶ୍ର ,ମହିଳା ଓ ଶିଶୁ ବିକାଶ   ବିଭାଗ  ନିର୍ଦ୍ଦେଶିକା ଶ୍ରୀମତୀ ମନିଷା ବାନାର୍ଜୀ  ପ୍ରମୁଖ   ଉପସ୍ଥିତ ଥିଲେ | ମହିଳା ଓ ଶିଶୁ ବିକାଶ   ବିଭାଗର  କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଣାଲିନି ଦର୍ଶୱାଲ  ସ୍ୱାଗତ  ଭାଷଣ ଦେଇଥିଲେ ଓ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *