ପ୍ରାଚୀନଦୀରୁ ନରକଙ୍କାଳ ଜବତ।
ଚାରିଛକ (ଏ.ପି ନିୟୁଜ), (ସନ୍ତୋଷ ଦାଶ) ଚାରିଛକ ଥାନା ହୀରାପାଟଣା ନିକଟସ୍ଥ ବେଲବଣିଆ ଗାଦିମଠ ନିକଟସ୍ଥ ପ୍ରାଚୀ ନଦୀ କୂଳରୁ ଏକ ଜରି ବସ୍ତା ରେ ବନ୍ଧା ହୋଇଥିବା ନରକଙ୍କାଳ କୁ ପୋଲିସ ଜବତ କରିଛି । ହୀରାପାଟଣା ଗ୍ରାମର କିଛି ଲୋକ ମାଛ ଧରୁଥିବା ବେଳେ ଏହି ନର କଙ୍କାଳ ଭର୍ତ୍ତି ଜରି ମୁଣିକୁ ଦେଖି ଚାରିଛକ ପୋଲିସ କୁ ଖବର ଦେଇଥିଲେ । କୌଣସି ଦୂର୍ବୃତ୍ତ କାହାକୁ ହତ୍ୟା କରି ଜରୀମୁଣିରେ ଭର୍ତ୍ତି କରି ନଦୀ ଗର୍ଭକୁ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି। ଏହି ଅଞ୍ଚଳ ଟି ପୁରୀ ଓ କଟକ ଜିଲ୍ଲାର ସିମାବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ଖବର ପାଇ ଚାରିଛକ ଥାନା ଅଧିକାରୀ ଶୋଭରାଜ ପ୍ରିୟଦର୍ଶୀ ମହାନ୍ତି ଓ ନିଆଳି ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ପୁରୀ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ନରକଙ୍କାଳ, ଖପୁରି, ଚୁଡ଼ି ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ସ୍ଥାନୀୟ ୱାର୍ଡ ସଭ୍ୟ ଆଜି ଜଣେ ମହିଳାଙ୍କ ହତ୍ୟା ଅଭିଯୋଗ ନିଆଳି ଥାନାରେ ଆଣିଛନ୍ତି। ଏ ନେଇ ନିଆଳି ପୁଲିସ ଏକ ମାମଲା ରୁଜୁକରି ତଥ୍ୟ ଗୁପ୍ତ ରଖି ତଦନ୍ତ ଚଳାଇଛି।
