ରାଜ୍ୟ

ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା କର୍ମଶାଳା

Spread It

ପୁରୀ (ଏ.ପି ନିଉଜ) ପୂର୍ବାହ୍ନରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମହିଳା ମାନଙ୍କୁ ଘରୋଇ ହିଂସା ରୁ ସୁରକ୍ଷା ପାଇଁ ସରକାର ଙ୍କ ପକ୍ଷରୁ ଅନେକ ଆଇନ ଓ ବ୍ୟବସ୍ଥା ରହିଛି।ଏ ସମ୍ପର୍କରେ ମହିଳା ମାନଙ୍କୁ ସଚେତନ କରାଯାଇ ପାରିଲେ ନିର‌୍ୟ୍ୟାତନା ର ଶିକାର ହେଉଥିବା ମହିଳା ମାନେ ସୁରକ୍ଷିତ ଓ ଏକ ସମ୍ମାନ ଜନକ ଜୀବନ ଯିଇଁ ପାରିବେ ବୋଲି କହିଥିଲେ।ପୋଲିସ ଡିଏସପି ତାରା ଜସ୍ମିନ ଗୁରିଆ,ସସ୍ମିତା ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଆଇନ ସହାୟତା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ନିର‌୍ୟ୍ୟାତନା, କାରଣ ନିରାକରଣ ଓ ଆଇନ ଅନୁଯାୟୀ ରହିଥିବା ସହାୟତା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେବିଷୟ ବିଶାରଦ ଆଇନଜୀବୀ ମୋହନ ସୁନ୍ଦର ଜେନା ବିସ୍ତୃତ ସୂଚନା ଓ ବିସ୍ତାରିତ ଉଦାହରଣ ମାଧ୍ୟମରେ ନିର‌୍ୟାତନାର ଶିକାର ହେଉଥିବା ମହିଳା ମାନଙ୍କ ଅଧିକାର, କର୍ତ୍ତବ୍ୟ ଓ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କର୍ମଶାଳାରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ର ପ୍ରଭା ଦେଇ,ସିଡିପିଓ, ସୁପରଭାଇଜର, ହବ କର୍ମକର୍ତ୍ତା ଲୋପିତା ମହାପାତ୍ର, ରଶ୍ମି ରଞ୍ଜନ ବରାଳ ହବ ର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ହବ ଡିସି ବିଦ୍ୟାଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *