ଆଜି ପର୍ଯ୍ୟନ୍ତ ଖବର କାଗଜର ବଧୁଂମିଳନ ଉତ୍ସବ
ଆଜି ପର୍ଯ୍ୟନ୍ତ ଖବର କାଗଜର ବଧୁଂମିଳନ ଉତ୍ସବ
ନିମାପଡ଼ା,(ଏପିନ୍ୟୁଜ) ନିମାପଡ଼ାରୁ ପ୍ରକାଶ ପାଉଥିବା ସପ୍ତାହିକୀ ଖବର କାଗଜ ଏବଂ ଏ.ପି. ନ୍ୟୁଜ ପୋର୍ଟାଲର ରଜ ଉତ୍ସବ ଅବସରରେ ଏକ ବଧୁଂମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଂପାଦକ କ୍ଷିତିଶ ପ୍ରସାଦ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ କାର୍ଯକ୍ରମରେ ସୁବାଷ ମହାନ୍ତି, ଅଜୟ ମହାପାତ୍ର, ଗୁଣନିଧି ପ୍ରଧାନ, ପ୍ରତାପ ଚନ୍ଦ୍ର ଧଳ, ପ୍ରମୋଦ କୁମାର ବରାଳ ଇତ୍ୟାଦି ଶିଳ୍ପପତି ମାନେ ଯୋଗଦେଇଥିଲେ। ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଆଇ ତ୍ରିନାଥ ପାତ୍ର, ପ୍ରଭାତ କୁମାର ମହାପାତ୍ର, ଆଜି ପର୍ଯ୍ୟନ୍ତ ଖବର କାଗଜର ସ୍ଥାନୀୟ ପ୍ରତିନିଧି ଶ୍ୱେତ ରଞ୍ଜନ ଜେନା, ସମ୍ବାଦିକ ପ୍ରଦୀପ କୁମାର ବେହେରା, ତୁଷାର ରଞ୍ଜନ ପ୍ରଧାନ, ଆଲୋକ ସାହୁ, ଭେଙ୍କଟ ଜଗା ରାଓ, ବ୍ରଜେନ୍ଦ୍ର ପ୍ରଧାନ, ଜ୍ୟୋତିରଞ୍ଜନ ମହାନ୍ତି, ୮ନଂ ୱାର୍ଡ କାଉନ୍ସିଲର ପ୍ରତିନିଧି ଅତିଶ ପଟ୍ଟନାୟକ ପ୍ରମୁଖ ଯୋଗ ଏକ ଛୋଟ ସହରରୁ ପ୍ରକାଶ ପାଉଥିବା ଆଜିପର୍ଯ୍ୟନ୍ତ ଖବର କାଗଜ ଏବଂ ନିଉଜ ପୋର୍ଟାଲ ଗ୍ରାମାଂଞ୍ଚଳରେ ଥିବା ସମସ୍ୟା ଗୁଡ଼ିକୁ ଲୋକପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବା ଉପରେ ଖବର ପ୍ରକାଶ କରିବାପାଇଁ ପରାମର୍ଶ ଦେଇଥିଲେ। ନିମାପଡ଼ା ଉପଖଣ୍ଡ ଅଂଚଳର ଥିବା ମୌଳିକ ସମସ୍ୟା ଉପରେ ଯୋଗଦେଇଥିବା ଶିଳ୍ପପତି ଓ ବୁଦ୍ଧିଜୀବି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସିଟି ରିପୋର୍ଟର ସ୍ମୃତି ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ଗ୍ରାମାଂଚଳରୁ ସମ୍ବାଦ ପଠାଉଥିବା ସମ୍ବାଦିକ ମାନଙ୍କର ଏକ ସମାବେଶ କରାଯିବା ପାଇଁ ସ୍ଥିର କରାଯାଇଛି।