ପୁରୀଜିଲାର ସମସ୍ତ କର୍ମଚାରୀଙ୍କ ୩୦ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ। ସଦର ମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ।
ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ପୁରୀ (ଏ.ପି ନିୟୁଜ)) ସାମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଆଜି ସଂଧ୍ୟାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବାତ୍ୟା ଦ୍ବାରା ଯେପରି ଧନ ଜୀବନ ହାନୀକୁ ରୋକାଯାଇ ପାରିବ ସେଥି ପ୍ରତି ପ୍ରତ୍ୟେକ ସତର୍କ ରହିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପାଣିପାଗ ବିଭାଗର ବର୍ତ୍ତମାନ ସୁଦ୍ଧା ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ଓଡିଶା ରେ ଲ୍ୟାଣ୍ଡ ଫଲ ର ଆଶଙ୍କା ନ ଥିବା ବେଳେ ଏହା ପ୍ରଭାବ ରେ ପ୍ରବଳ ବର୍ଷା ର ଆଶଙ୍କା ରହିଛି। ଜିଲାର ସମସ୍ତ ବିଡ଼ିଓ ଓ ତହସିଲଦାର ସେମାନଙ୍କ ଅଞ୍ଚଳର ଖାଲୁଆ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକ ଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି କଚ୍ଚା ଘର,ଚାଳ ଓ ମାଟି ଘରର ଲୋକ ମାନଙ୍କୁ ମଧ୍ୟ ନିରାପଦ ସ୍ଥାନ କୁ ନେବାକୁ ଓ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ଲୋକ ମାନେ ରହିବା ଉପଯୋଗୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ କୁ ଅତି ଗୁରୁତ୍ୱ ର ସହ ପରିଚାଳନା କରୁଛନ୍ତି।ଜନ ସାଧାରଣ ସତର୍କ ଓ ସଚେତନ ରହିବା ସହ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସାମ୍ଭବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଅତ୍ୟାବଶକ ସାମଗ୍ରୀ ପଲିଥିନ, ,ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବାକୁ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟା ରେ ଗଛ ଭାଙ୍ଗି ରାସ୍ତା ଅବରୋଧ କଲେ ତୁରନ୍ତ ତାହାକୁ ଅପସାରଣ କରିବା,ବନ୍ୟା ହେଲେ ଲୋକ ଙ୍କୁ ସହାୟତା କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଜନ ପ୍ରତିନିଧି ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ
