ରାଜ୍ୟ

ହମ୍ପସ ନେଲା କାଉନସିଲରଙ୍କ ଏକମାତ୍ର ପୁତ୍ରର ଜୀବନ

Spread It

ହମ୍ପସ ନେଲା କାଉନସିଲରଙ୍କ ଏକମାତ୍ର ପୁତ୍ରର ଜୀବନ
ନିମାପଡ଼ା, ୩୧(ଏ.ପି.ନ୍ୟୁଜ) ଗ୍ରାମ ରାସ୍ତାରେ ବେଆଇନଭାବେ ଠିକାଦାର ହମ୍ପସ ନିର୍ମାଣ କରିଥିବାରୁ ସେହି ହମ୍ପସ ଜଣେ ଉଦୀୟମାନ ଯୁବକର ମୃତ୍ୟୁର କାରଣ ପାଲଟିଛି। ମୃତ୍ୟୁ ହୋଇଥିବା ଯୁବକର ନାମ ଦିପଙ୍କର ସ୍ବାଇଁ (୨୦) । ମୃତ ଦିପଙ୍କର ନିମାପଡ଼ା ଏନ.ଏ.ସିର ୧୧ ନମ୍ବର ୱାର୍ଡ଼ର କାଉନସିଲର ଅନୁସୟା ପାଣି ଏବଂ ସମାଜସେବୀ ବେନୁ ସ୍ବାଇଁଙ୍କର ଏକ ମାତ୍ର ପୁତ୍ର ଅଟନ୍ତି। ସୂଚନାରୁ ପ୍ରକାଶ ଦିପଙ୍କର କୌଣସି କାମରେ ଜେଲ ରାସ୍ତାରୁ ନିଜଗ୍ରାମ ଭୁବନପୁରକୁ ରାତି ସାଢେ୧୦ ଟାବେଳେ ଗୁହାଳପଡ଼ା ଗ୍ରାମ ବାଟଦେଇ ବାଇକରେ ଫେରୁଥିଲେ। ଗୁହାଳପଡ଼ା ଗ୍ରାମ ମଧ୍ୟରେ ରେ ଥିବା ଏକ ଘରୋଇ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ୬ଇଞ୍ଚରୁ ଉର୍ଦ୍ଧ୍ବ ଉଚ୍ଚର୨ଟି ହମ୍ପସକୁ ଦିପଙ୍କର ସ୍ବାଇଁ ଚଳାଉଥିବା ବାଇକ ଅତିକ୍ରମ କରିନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦିପଙ୍କର ବାଇକରୁ ନିଜ ବାଇକରୁ ଛିଟିକି ପଡ଼ି ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇ ଆହତ ହୋଇଥିଲେ।

ସ୍ଥାନୀୟ ଲୋକମାନେ ତୁରନ୍ତ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା। ସେଠାରୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘ‌ରୋଇ ହସପିଟାଲ ମୃତ୍ୟୁ ଘୋଷଣା କରିଥିଲେ। ଦିପଙ୍କର ମୃତ୍ୟୁ ଖବର ପାଇବାପରେ ନିମାପଡ଼ାରେ ‌ଶୋକର ଛାୟା ଖେଳିଯାଇଛି।

ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ, କାଉନସିଲର ସନ୍ତୋଷ ଦାଶ, ପୂର୍ବତନ ମନ୍ତ୍ରୀ ସମୀର ଦାଶ, ଭୁବନପୁର ଗ୍ରାମ କମିଟି ମୁଖିଆ ପବିତ୍ର ମୋହନ ବରାଳ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଦିପଙ୍କର ଭୁବନପୁର ବାସ ଭବନରେ ପହଁଚି ଶୋକଶନ୍ତପ୍ତ ପିତାମାତାକୁ ଶ୍ବାନ୍ତନା ଦେବା ଶେ‌ଷ ଦର୍ଶନ କରିଥିଲେ। କେନ୍ଦରା ଶ୍ମସାନରେ ଶୋକାକୂଳ ପରିବେଶ ମଧ୍ୟରେ ଦିପଙ୍କରଙ୍କ ଶବସତ୍କାର କରାଯାଇଛି।

ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ଘଟଣା ସମ୍ମୁଖୀନ ହୋଇ ଆସୁଥିବା ଆହତମାନଙ୍କୁ ଚିକିତ୍ସାକରିବା ପାଇଁ ଏକ ଟ୍ରାମା କେଆର କେନ୍ଦ୍ର ଖୋଲିଲେ ଉପଖଣ୍ଡ ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆସୁଥିବା ଗୁରୁତର ଆହତ ରୋଗୀଙ୍କ ଚିକିତ୍ସା ହେବା ସହ ମୃତ୍ୟୁମୁଖରୁ ବଞ୍ଚିଯାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବୁଦ୍ଧିଜିବୀମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *