Uncategorized

ନିମାପଡ଼ା ଓକିଲ ସଂଘ ପକ୍ଷରୁ କଳମ ଛାଡ଼ ଆନ୍ଦୋଳନ ଓ ଶୋକସଭା

Spread It

ନିମାପଡ଼ା,(ଆଜିପର୍ଯ୍ୟନ୍ତ ନିୟୁଜ) ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ଦୁର୍ବୁତ୍ତମାନେ ହତ୍ୟାକରି କରିବା ଘଟଣାରେ ନିମାପଡ଼ା ଦୁଇ ଓକିଲ ସଂଘ ନିମାପଡ଼ା ବାର ଆସୋସିଏସନ ଏବଂ ଜୁଡ଼ିସିଆଲ ବାର ଆସୋସିଏସନର ସଭ୍ୟମାନେ ଆଜି କଲମ ଛାଡ଼ ଆନ୍ଦୋଳନ କରିଥିଳେ। ଓକିଲମାନେ ଆଜି କୋର୍ଟଥିବା ବିଭିନ୍ନମାମଲାର ଶୁଣାଣୀରେ ଯୋଗ ଦେଇନଥିଲେ। ବିଚାରପତିମାନେ ସେମାନଙ୍କ ଚାମ୍ବରରେ ବସି କାର‌୍ୟ୍ୟକରିଥିଳେ। ପରେ ବାର ଆସୋସିଏସନ ସଭାଗୃହରେ ଆଇନଜୀବୀ ପିତବବାସ ପଣ୍ଡାଙ୍କ ମୃତ୍ୟୁରେ ଦୁଇ ଓକିଲ ସଂଘ ମିଳିତଭାବେ ଶୋକସଭା ଆୟୋଜନକରି ସ୍ବର୍ଗତ ପଣ୍ଡା ଆତ୍ମାର ସଦଗତିପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଏବଂ ପୀତବାସ ପଣ୍ଡାଙ୍କ ହତ୍ୟାକାରୀକୁ ୪୮ ଘଣ୍ଟାମଧ୍ୟରେ ଗିରଫ କରିବା ଏବଂ ତାଙ୍କ ପରିବାର ଏକ କୋଟିଟଙ୍କାର କ୍ଷତିପୂରଣ , ଉଚ୍ଚସ୍ତରୀୟ ବିଚାରବିଭାଗୀୟ କମିଶନ ଗଠନପାଇଁ ନିମାପଡ଼ା ଦୁଇ ଓକିଲ ସଂଘ ଦାବୀ କରିଛନ୍ତି। ଏହି ଆନ୍ଦୋଳନରେ ପ୍ରଭାତ କୁମାର ବେହେରା, ସୈାମେନ୍ଦ୍ର ନାରାୟଣ ସାହୁ, ଜୟଦେବ ମିଶ, ଦ୍ବିଜବର ସ୍ବାଇଁ, ଜୟଶ୍ରୀ ପ୍ରଧାନ, ସରିତା ନାୟକ, ଆଶୁତୋଷ ପାତ୍ର, ବିଭୂତି ପଣ୍ଡା, ରମେଶ କୁମାର ମହାନ୍ତି, ପ୍ରଭାକର ଜେନା,ଛବିନ୍ଦ୍ର ମୁଖୀ, ଅଭିମନ୍ୟୁ ସ୍ବାଇଁ, ଅଶୋକ କୁମାର ନାୟକ, ପ୍ରତାପ କୁମାର ପଣ୍ଡା, ପ୍ରଭାତ କୁମାର ନାୟକ, ବାମନ ଚରଣ ନାୟକ, ପ୍ରଶାନ୍ତ କୁମାର ରାଉତରାୟ,  ପ୍ରତାପ କିଶୋର ଓ ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *