ଅଗ୍ନିକାଣ୍ଡରେ ପିସିସି କ୍ଲବ ଜଳିଗଲା
ନିମାପଡ଼ା,୬/୫(ଏପିନ୍ୟୁଜ) ବାରବାଟୀ ପଡ଼ିଆ ମଧ୍ୟରେ ଥିବା ପୁର୍ଣ୍ଣେଶ୍ବରୀ କ୍ରିକେଟ କ୍ଲବର ଘରକୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବା କ୍ଲବର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହି କ୍ଲବ ଘରଟି ଚାଳଛପରର ଅଟେ । ଏହି କ୍ଲବ ଘରଭିତରେ କ୍ରିକେଟ ମ୍ୟାଚ, ବ୍ୟାଟ ସହସମେତ କ୍ରିକେଟ ଖେଳ ସାମଗ୍ରୀ ସହ ଅନ୍ୟାନ୍ୟ ଖେଳର ସାମଗ୍ରୀଗୁଡ଼ିକ ଓ ଏକ ଟିଭି ରହିଥିଲା, ସେଗୁଡ଼ିକ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ମାତ୍ର କେଇହାତ ଦୂରରେ ଥିବା ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଆଗ୍ନିକମାନଙ୍କୁ ନିଆଁଳାଗିବାର କାରଣ ସଂପର୍କରେ ପଚାରିବାରୁ ଖବରପାଇ ସେଠାରେ ପହଁଞ୍ଚିବାବେଳକୁ ନିଆଁଲାଗିସାରିଥିଲା । ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଦୁର୍ବତ୍ତ ଦ୍ବାରା ନିଆଲଗାଯାଇଛି ସେ ସଂପର୍କରେ ତଦନ୍ତ ଚାଲିଛି । ପୁର୍ଣ୍ଣେଶ୍ବରୀ କ୍ଲବ ପକ୍ଷରୁ ଅଭିଯୋଗ କରାଯାଇନାହିଁ। ଆଜି ରାତିରେ ସମସ୍ତ ସଦସ୍ୟମାନଙ୍କୁ ନେଇ ବୈଠକ ହେବାପରେ ନିଷ୍ପତି ନିଆଯିବ ବୋଲି ବରିଷ୍ଠ ସଦସ୍ୟ ଶୁଭ୍ରଜ୍ୟୋତି ବାରିକ କହିଛନ୍ତି ।