ରାଜ୍ୟ

ଓଲମରାଠାରେ ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ-୨୦୨୫ କାର୍ଯ୍ୟକ୍ରମ

Spread It

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଓଲମରା ଠାରେ “ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ- ୨୦୨୫” କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, କବିତା ପାଠ, ସାହିତ୍ୟ ଆଲୋଚନା, ସମ୍ବର୍ଦ୍ଧନା ସମାରୋହ, ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଙ୍ଗମ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଶରତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଷଡଙ୍ଗୀ, ଜଗତସିଂହପୁର , ଶ୍ରୀମତୀ ସୌଦାମିନୀ ଦାସ, ନିମାପଡ଼ା, ହାସ୍ୟ କୁମୁଦ ବ୍ୟଙ୍ଗ କବି ଶ୍ରୀଯୁକ୍ତ ସମ୍ପଦ କୁମାର ରଥ,ନାଶିକେଶ୍ଵର, କାକଟପୁର, ଶ୍ରୀଯୁକ୍ତ ହୃଦାନନ୍ଦ ସାସମଲ, ଶିକ୍ଷାବିତ/କବି, ଶ୍ରୀଯୁକ୍ତ ତ୍ରିଲୋଚନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ମହନୀୟତା ସଂପର୍କରେ ଆଲୋଚନା କରିବା ସହ ୫୦ରୁ ଉର୍ଦ୍ଧ୍ବ କବି ସାଂପ୍ରତିକ ପରିସ୍ଥିତି ଉପରେ ନିଜସ୍ଵ କବିତା ପାଠ କରିଥିଲେ।ପରେ ପରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗମ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଟ୍ରଷ୍ଟର ସଦସ୍ୟମାନେ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନିପଟ ଗ୍ରାମ୍ୟ ପରିବେଶରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ।

 

Leave a Reply

Your email address will not be published. Required fields are marked *