ରାଜ୍ୟ

ଅଳକୁଣ୍ଡ ପଞ୍ଚାୟତ ହାଇସ୍କୁଲ ଫାଟକ ରେ ତାଲାପକାଇଲେ ଅଭିଭାବକ।

Spread It
`         ଚାରିଛକ,(ସନ୍ତୋଷ ଦାଶ) ନିକଟସ୍ଥ ଅଳକୁଣ୍ଡ ପଞ୍ଚାୟତ ର ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ପ୍ରଧାନଙ୍କ   ମନମୁଖୀ କାର୍ଯ୍ୟ ପାଇଁ ଅଭିଭାବକ ଓ ସ୍କୁଲ କର୍ମଚାରୀ, ଛାତ୍ରଛାତ୍ରୀ ଙ୍କୁ ଦୁର୍ବ୍ୟବହାର ଯୋଗୁଁ ଉକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ଖାଲି ପଡିଥିବା ତିନୋଟି ବିଭାଗର ଶିକ୍ଷକ ପଦବୀ ପୂରଣ କରିବା ଦାବିରେ ଅଭିଭାବକ ମାନଙ୍କ ସହିତ ପରିଚାଳନା କମିଟି ର ସଦସ୍ୟ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଥିଲେ।ଏହି ସମସ୍ୟା ଉପରେ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ମାନେ ଏକ ଲିଖିତ ଅଭିଯୋଗ  ପୁରୀ ଜିଲ୍ଲା ଜିଲାପାଳ ,ନିମାପଡା ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ସହିତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବା ରେ ବାଧା ସୃଷ୍ଟି ହୋଇଛି। ତୁରନ୍ତ ଏହି ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ନୂତନ ପ୍ରଧାନ ଶିକ୍ଷକ ଓ ନୂତନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପରସ୍ତ ଅଧିକାରୀ ମାନଙ୍କ ପାଖରେ ଦାବୀ କରିଛନ୍ତି। ଏହି ସବୁ ଅଭିଯୋଗ ମିଥ୍ୟା ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହିତ ସମସ୍ତ କର୍ମଚାରୀ କୁ ଅସଭ୍ୟ ଭାଷାରେ ଗାଳି କରିବା ରୁ ପାଠ ପଢ଼ାରେ ବାଧା ସୃଷ୍ଟି କରୁଛି ବୋଲି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।ଏହି ଖବର ପାଇ ସିଆରସି ଘଟଣା ସ୍ଥଳରେ ପହଞ୍ଚି ସମସ୍ୟା ସମ୍ପର୍କରେ 
ବୁଝିବା ସହିତ ଏହି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଉପରସ୍ତ ଅଧିକାରୀ ଙ୍କୁ ଜଣାଇବି ବୋଲି ସିଆରସି ସୁଦର୍ଶନ ଭୋଇ କହିଛନ୍ତି

Leave a Reply

Your email address will not be published. Required fields are marked *