ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ପୁରସ୍କାର ବିତରଣ ସମାରୋହ-୨୦୨୫
ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ପୁରସ୍କାର ବିତରଣ ସମାରୋହ-୨୦୨୫
ଭୁବନେଶ୍ୱର
୨ ମେ’ ୨୦୨୫
ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ପୁରସ୍କାର ବିତରଣ ସମାରୋହ-୨୦୨୫ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ବିତରଣ ସମାରୋହରେ ଫୁଟବଲ୍ର ଶ୍ରେଷ୍ଠ କ୍ରୀଡ଼ାବିତ, କୋଚ୍ ଏବଂ ରେଫ୍ରିମାନଙ୍କୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ଓଡ଼ିଶା ଫୁଟବଲ୍ ସଂଘର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଓଡ଼ିଶା ଫୁଟବଲ୍ ସଂଘର ସେକ୍ରେଟାରୀ ଶ୍ରୀ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏଥିସହିତ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ତରଫରୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାର ସମସ୍ତ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରିତ କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମତପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ର ସଭାପତି ଶ୍ରୀ କଲ୍ୟାଣ ଚୌବେ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ର ସମସ୍ତ କର୍ମକର୍ତ୍ତା ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
