ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର।
ପ୍ରାଚୀ ତଟ ରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର।
କାକଟପୁର,(ଏପିନ୍ୟୁଜ)(ସନ୍ତୋଷ କୁମାର ଦାଶ) ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କରି ପୁରୀ ଶ୍ରୀ ମନ୍ଦିର ର ଶ୍ରୀ ଜିଉ ମାନେ ଜ୍ୱର ରେ ପୀଡ଼ିତ ହୋଇ ପଡ଼ି ଅଣସର ଗୃହ ରେ ଦଇତାପତି ସେବକ ମାନଙ୍କ ଦ୍ବାରା ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଶ୍ରୀ ଜିଉ ମାନଙ୍କ ପାଖରେ କେବଳ ଫଳ ମୂଳ ଔଷଧ ଭୋଗ ଲାଗି ହେଉଛି। ସେ ଦୃଷ୍ଟି ରୁ ଶ୍ରୀ ଜିଉ ମାନଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ରୁ ଶ୍ରୀ ଜିଉ ମାନଙ୍କ ପାଇଁ ଶ୍ରୀ କ୍ଷେତ୍ର କୁ ଆଜି ଫଳ ମୂଳ ଭାର ପ୍ରେରଣ କରା ଯାଇଛି। ପ୍ରାଚୀ ଉପତ୍ୟକା ଅଞ୍ଚଳ ର ଭକ୍ତ ମାନେ ନିଜ ନିଜ ବାଡ଼ି ରୁ ଆମ୍ବ, ପଣସ, ନଡିଆ, କଦଳୀ, କେନ୍ଦୁ, ଲେମ୍ବୁ, ସପୁରୀ, ତୁଳସୀ ପ୍ରଭୃତି ଫଳ ମୂଳ ସବୁ ଆଣି ପ୍ରାଚୀ କୁଳସ୍ଥ ମହର୍ଷି ବିଶ୍ଵାମିତ୍ର ଆଶ୍ରମ ରେ ଠୁଳ କରିବା ପରେ ଆଶ୍ରମ ର ମହନ୍ତ ବାବା ରାମପ୍ରୀତ ଦାସ ସେ ସବୁକୁ ପୂଜାର୍ଚ୍ଚନା କରିଥିଲେ। ଫଳ ମୂଳ ସବୁକୁ ଶଗଡ଼ ଗାଡ଼ି ରେ ହରିବୋଲ, ହୁଳହୁଳି ପକାଇ,ସଂକୀର୍ତ୍ତନ କରି,ଜୟ ଜଗନ୍ନାଥ ଧ୍ଵନୀ ଦେଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠା ଯାଇଥିଲା। ୧୯୯୨ ମସିହା ଠାରୁ ପ୍ରାଚୀ ସଂସ୍କୃତି ଗବେଷକ ପଣ୍ତିତ ତ୍ରିଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନରେପ୍ରାଚୀ ଉପତ୍ୟକା ରୁ ପ୍ରତିବର୍ଷ ଅଣସର ସମୟରେ ଶ୍ରୀ ଜିଉ ମାନଙ୍କ ପାଇଁ ଫଳ ମୂଳ ଅଣସର ଭାର ପଠାଯାଇ ଆସୁଛି। ଏବେ ଏହି କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମି ଯୋଗ ଦେଇ ଛନ୍ତି ବୋଲି ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି।