ଅଂଶାଲୋ ମାଇନର ଲାଇନିଂ କାମ ନିମ୍ନମାନର ଅଭିଯୋଗ , ଗ୍ରାମବାସୀ କାମ ବନ୍ଦକଲେ
ନିମାପଡ଼ା, ୫/୨(ଏପିନ୍ୟୁଜ) ଜଳସେଜନ ବିଭାଗ ପ୍ରାଚୀ ବିଭାଜନ ଅଧିନସ୍ଥ ଅଂଶାଲୋ ମାଇନର ଭିତର ଲାଇନିଂ ନୀତି ଅନୁଯାୟୀ କରୁନଥିବା ଅଭିଯୋଗ କରି ଗ୍ରାମବାସୀମାନେ କାମକୁ ବନ୍ଦ କରିଦେଇଥିବା ସୁଚନା ମିଳିଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଶଂଲୋ ମାଇନର ୮୬୦ ମିଟର ଲାଇନିଂ କାମପାଇଁ ୪କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ଜଳସେଚ ବିଭାଗର ପ୍ରାଚୀ ବିଭାଜନ ପକ୍ଷରୁ ଲାଇନିଂ କାମ କରାଯାଉଥିବା ସୁଚନା ମିଳିଛି। କେନାଳ ଭିତରେ ୧୦ ଇଞ୍ଚ ବହଳର ବାଲି ବିଛାଯିବାପାଇଁ ଏଷ୍ଟିମେଟରେ ଉଲେଖ ଅଛି କିନ୍ତୁ ଠିକା ନେଇଥିବା ସଂସ୍ଥା ୨ଇଞ୍ଚ ବହଳର ବାଲି ଛିଞ୍ଚୁଥିବା ଅଭିଯୋଗ ହୋଇଛି। ବାଲି ଉପରେ ପିସିସ ବା କଂକ୍ରିଟ ୬ଇଞ୍ଚ ଉଚ୍ଚତାରେ କରିବାକୁ ଥିବାବେଳେ ୩ଇଞ୍ଚ ବହଳର ପିସିସି କରାଯାଉଛି। ସେହିଭଳି ପିସି ଉପରେ ଲୁହାରଡ଼ ବନ୍ଧାଯାଇ ଢଲେଇ ପକାଇବାକୁ ଥିବାବେଳ ଳୁହାରଡ଼ ଗୁଡ଼ିକ ୪ଇଞ୍ଚ ଓସାର ଆଉ ଗୋଟିଏ ରଡ଼ ଦେବାର ନିୟମ ଥିବାବେଳେ ୧୧ଇଞ୍ଚ ବ୍ୟବଧାନରେ ଗୋଟିଏ ଲେଖାଁଏ ଲୁହାରଡ଼ ବନ୍ଧାଯାଇଥିବା ଜଣାପଡ଼ିଛି। । ଟ୍ରେଡ଼ମାର୍କ କିମ୍ବା କମ୍ପାନୀ ନାମ ନଥିବା ଯାହାକୁ ନନଟ୍ରେଡ଼ ସିମେଣ୍ଟ କୁହାଯାଏ ସେହି ସିମେଣ୍ଟ ଲାଇନିଂ କାମରେ ବ୍ୟବହାର କରାଯାଉଛି। ବିଭାଗୀୟ ଯନ୍ତ୍ରୀ କିମା ବିଭାଗୀୟ ୱାର୍କ ସରକାର କାମସମୟରେ ଉପସ୍ଥିତ ରହୁନଥିବାରୁ ଠିକାସଂସ୍ଥାକୁ ଅପୂର୍ବ ସୁଯୋଗ ଆଣି ଦେଇଛି ବୋଲି ଭିଲି ଶାସନ ଗ୍ରାମର ବିଷ୍ଣୁ ଚରଣ ପତି ସମେତ ଗ୍ରାମବାସୀମାନେ ଅଭିଯୋଗ କରିବାସହ ଗତ ଦୁଇ ଦିନ ହେବ ଠିକା ସଂସ୍ଥା ପକ୍ଷରୁ ହେଉଥିବା କାମକୁ ବନ୍ଦ କରିଦେଇଛନ୍ତି। କାମ ବନ୍ଦ ହେବାର ଖବର ପାଇ ତଦାରଖ କରିବାକୁ ଥିବା ଯନ୍ତ୍ରୀ କାମ ହେଉଥିବା ଭିଳିଶାସନ ଗ୍ରାମକୁ ଆସି ଆକଳନ ଅନୁସାରେ କାମ ହେଉନଥିବା ଅଭିଯୋଗ ଶୁଣିଥିବା ପ୍ରକାଶ ପାଇଛି ।
