ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ୪୩ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

Spread It
 
ଚାରିଛକ,( ଏ.ପି ନ୍ୟିୁଜ, ଦାଶ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ୪୩ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ପ୍ରଫେସର ଡ଼ଃ. ବିନୋଦିନୀ ଦାସ ଯୋଗଦେଇ ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ନାରୀ ଶକ୍ତିର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।ସମାଜ ଗଠନ ରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ନାରୀ ।ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ ସଦସ୍ୟ ପ୍ରଫେସର ଗୋପୀନାଥ କର ଯୋଗଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ପ୍ରଭାତ ଚନ୍ଦ୍ର ମିଶ୍ର ଏବଂ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡ଼ଃ .ଅଶୋକ କୁମାର ବିଶ୍ୱାଳ ଯୋଗଦେଇଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀମତୀ କାନନବାଳା ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଏନ. ସି. ସି ମେଜର ପୁଷ୍ପଲତା ଦତ୍ତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ନାକ୍ ସଂଯୋଜକ ଡ଼ଃ .ଶ୍ରିଲେଖା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ  ଏବଂ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ ମଞ୍ଚ ପରିଚାଳନା କରିଥିଲେ । +୩ ସାଂସ୍କୃତିକ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ସାହୁ ଏବଂ +୨ ସାଂସ୍କୃତିକ ଅଧିକାରୀ ଶ୍ରୀମତୀ ମଧୁମିତା ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସର ରେ ମହାବିଦ୍ୟାଳୟ ର ବାର୍ଷିକ ମୁଖପତ୍ର “ପ୍ରାଚୀସୋମ୍ୟା” ଏବଂ ମହାବିଦ୍ୟାଳୟର କ୍ୟାଲେଣ୍ଡର ମଞ୍ଚାସୀନ ଅତିଥିଙ୍କ କରକମଳରେ  ଉନ୍ମୋଚନ କରାଯାଇଥିଲା ।   ।ଏହି ସମାରୋହ ଅବସରରେ ମହାବିଦ୍ୟାଳୟର ୧୬ ଜଣ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଓଡିଆ ବିଭାଗ ମୁଖ୍ୟ ଡ଼ଃ. ଶର୍ମିଷ୍ଠାରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
 
 

Leave a Reply

Your email address will not be published. Required fields are marked *